Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Mishra

Others

4  

Debabrata Mishra

Others

ଆତ୍ମସାକ୍ଷାତକାର

ଆତ୍ମସାକ୍ଷାତକାର

1 min
187


ଦେଖାହେଲା ମୋ' ସହ ମୋର

ସାରା ଜଗତ ନିରବରେ ନିର୍ଜନ ବାହାରେ ଭିତରେ

କେବଳ ଦୁଇଜଣ ମୁଁ ଓ ମୁଁ

ଏ ତ ସୁବର୍ଣ୍ଣ ସୁଯୋଗ ଆସିଛି

ଅନେକ ଉତ୍କଣ୍ଠା କେତେକେତେ ପ୍ରଶ୍ନ ମନେ

ମୁଁ ପଚାରିବା ଆରମ୍ଭ କଲି କିଏ ତୁମେ

କହିଲା "ମୁଁ" - ମୁଁ ତୁମ ଭିତରର ଉତର

ତୁମ ମନର ଆତ୍ମାର ସନ୍ତୋଷ ଓ ଅସନ୍ତୋଷ

କିଛି ପାପ କିଛି ପୂଣ୍ୟର ସମ୍ମିଶ୍ରଣ 

କେବେ ଶିଶୁଟିଏ କେବେ ପୁଣି ପାଲଟେ ଯୁବ

କେବେ ଲଙ୍ଗଳା ତ ତ କେବେ ପୂର୍ଣ୍ଣ ପୋଷାକରେ

ତୁମ ଶରୀର, ତୁମ ଭାବ, ତୁମ ନିଃଶ୍ୱାସର ଗତି

କେବେ ତୁମ କ୍ରୋଧୀ ଶତ୍ରୁ

କେବେ ଶାନ୍ତ ସରଳ ସଦାଚାରୀ ବନ୍ଧୁ

କେବେ ସ୍ନେହୀ ମାଆ ଶ୍ରଦ୍ଧା ବାପା 

କେବେ ଗର୍ବ ଅହଙ୍କାର ରୂପୀ ମହା ଅନ୍ତର ବିଦ୍ରୋହୀ

ଆଉ କେବେ ତୁମ ମନର ପ୍ରେମିକ,

"ମୁଁ" ପଚାରିଲା ଏଥର ମୋତେ

ତେବେ ତୁମେ କିଏ କ'ଣ ତୁମ ପରିଚୟ

ମୁଁ କହିଲି ସହଯାତ୍ରୀ ତୁମ ସାଥେସାଥେ ଚାଲେ

କେବେ ଛାଇ କେବେ ଭାଇ ପରି ହୋଇ

ତୁମ ଜାଗ୍ରତେ, ନିଦ୍ରାରେ ରହେ

କେବେ ତୁମ ଆଖିକୁ ଓଦା କରେ

ଆଉ କେବେ ଝାଳ ଗମଗମ୍ କରିଦିଏ ଦେହକୁ

ତୁମ ଆନନ୍ଦ ଓ କଷ୍ଟ, ଯନ୍ତ୍ରଣା ତ ମୁଁ

ମୋତେ ଚିହ୍ନିପାରୁନ ଜାଣିରଖ ହାତମିଳାଅ

ତୁମକୁ ଚଲାଏ ତୁମକୁ ଅଟକାଏ 

ତୁମ ଭିତରର ଉତ୍ସାହ ପଣ, ଉଲ୍ଲାସ ଗୁଣ, ବିଷାଦ ଭାବ

ଲଢିବାର ଇଛାଶକ୍ତି, ଭିତରର ପ୍ରଭୁ ଭକ୍ତି

ମୋ' ପାଇଁ ତ ତୁମେ ମଣିଷ 

କେବେ ତୁମେ ଚୋର କେବେ ମୁଁ ପୋଲିସ

କେବେ ପୁଣି ଅଦଳବଦଳ ଏ ଖେଳ

ଏ ଶରୀର ସେ ମନ ଆଉ ନିଃଶ୍ୱାସ ପ୍ରଶ୍ୱାସରେ ନିର୍ମିତ

ମୁଁ ଅର୍ଥାତ ତୁମେ ତ ଆଉ କିଏ

ତୁମେ ଅର୍ଥାତ୍ ମୁଁ ଆମେ ଜଣେ ପୁଣି ଅନେକ

ପୁଣି କେବେ ଦେଖା ହେବ ଆଉଥରେ

ରହିଲି ମୁଁ କହିଲା ମୋତେ

ମୁଁ ବି କହିଲି ଠିକ୍ ଅଛି ରହିଲି।



Rate this content
Log in