Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Amit Bal

Drama

4  

Amit Bal

Drama

ଆତ୍ମୀୟତାର ବନ୍ଧନ

ଆତ୍ମୀୟତାର ବନ୍ଧନ

1 min
386



କ୍ଷଣ ଭଙ୍ଗୁର ଏ ସଂସାରେ

ସଂପର୍କ ଲହୁ ଲୁହାଣ ଯେଉଁଠି

ଆତ୍ମୀୟ ସ୍ବଜନଟେ ପାଇବା

ବଡ଼ ହିଁ ଭାଗ୍ୟର କଥା ସେଇଠି ,


ଭାଇଭଉଣୀ ର ସଂପର୍କ

ନିଘଞ୍ଚ ଅନ୍ଧକାରରେ ଆଲୋକ

ମାଆର ପଣତରେ ସୃଷ୍ଟି

ପବିତ୍ରତାର ଅପୂର୍ବ ମହକ ,


ବିନ୍ଦୁ ବିନ୍ଦୁ ଆତ୍ମୀୟତାରେ

ଗଢା ହୁଏ ଏ ସଂପର୍କ ର ଡୋର

ଶେଷ ନିଃଶ୍ୱାସ ଥିବା ଯାଏ

ଜୀବନ ପଥେ ଦୁହେଁ ଦୁହିଁଙ୍କର ,


ସଭ୍ୟତା ବଦଳି ଯାଇଛି

କିନ୍ତୁ ବଦଳିନି‌ ସଂପର୍କ ରଙ୍ଗ

ସମୟର ଏ ଅଗଣାରେ

ଆଜି ବି ଭରି ଚାଲିଛି ଉମଙ୍ଗ ,


ମାଆ ବାପାଙ୍କ ସଂସ୍କାର

ଅଲିଖିତ ଚୁକ୍ତି ଭାଇଭଗ୍ନୀର;

ବିଶ୍ବାସର ଏ ସୂତା ଖିଅ

ବନ୍ଧନଟେ ଜନ୍ମ ଜନ୍ମାନ୍ତରର ।



Rate this content
Log in