Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUJATA DAS

Romance Tragedy

3  

SUJATA DAS

Romance Tragedy

ଆତ୍ମଦାହ

ଆତ୍ମଦାହ

1 min
261


ଲୁହକୁ କରିଛି ଆଖିର ଗହଣା 

    ସଜାଇଛି ପଲକରେ

କୋହକୁ କରିଛି ପ୍ରୀତିର ପାଉଣା

    ମୋ ଜୀବନ ପଥ ଧାରେ ।

ଯନ୍ତ୍ରଣା ସବୁକୁ ହିସାବ କରୁଛି

    ଯାହା ପାଇଛି ମୁଁ ଯେତେ

ସ୍ମୃତି ଫରୁଆରୁ ଉଡାଇ ଦେଇଛି

    ବ୍ୟଥାର ଲାଲୀମା କେତେ ।

ମିଥ୍ୟା ପ୍ରତିଶୃତି ଛଳନା ଢେଉରେ

    ହଜାଇଛି ପରିଚୟ

ଆତ୍ମା ଆଜି ଦଗ୍ଧ ପ୍ରବଞ୍ଚିତ ମନ

   ପ୍ରାଣ ମୋର ଲୁହମୟ ।

କସ୍ତୁରୀ ଲୋଭରେ  ଆନମନା ହୃଦ

    ହୋଇଗଲା ଯାଯାବର

ଜଳୁଛି ଜୀବନ ଜଳିଯାଏ ସ୍ବପ୍ନ

   ମୁଠାଏ ପାଉଁଶ ସାର ।


Rate this content
Log in

Similar oriya poem from Romance