ଆସୁଛନ୍ତି ମାଆ ଦଶଭୂଜା
ଆସୁଛନ୍ତି ମାଆ ଦଶଭୂଜା
ଆସୁଛନ୍ତି ମାଆ ଦଶଭୂଜା
=============
ଶରତରେ ମରତରେ
ବାଜୁଅଛି ବାଜା l
ଦିବ୍ୟଧାମୁ ଆସୁଛନ୍ତି
ମାଆ ଦଶଭୁଜା ll
ଆନନ୍ଦମୟୀ ଜନନୀ
ନୌକା ବାହନରେ l
ଆସୁଛନ୍ତି ବୁଲିଯିବେ
ତାଙ୍କ ମର୍ତ୍ତ୍ୟପୁରେ ll
ବୁଝିଯିବେ ସନ୍ତାନଙ୍କ
ସୁଖ ଦୁଃଖ ଯାକ l
ପଚାରି ପଚାରି
ସନ୍ତାନଙ୍କୁ ଏକ ଏକ ll
ତାଙ୍କ ନିରାଜନା ପାଇଁ
ସର୍ବେ ତତପର l
ସଜ ହୋଇଲାଣି କେତେ
ମଣ୍ଡପ ସୁନ୍ଦର ll
ଲାଗିଛନ୍ତି ଶିଳ୍ପୀ
ଦିନ
ରାତି ଏକ କରି l
ଜୟ ଜୟ ଦୁର୍ଗା ଜୟ
ମାଆ ଶାକମ୍ଭରି ll
ଆସ ଆସ ମାଆ ଆସ
ଆସ ଦୟାମୟୀ l
ସନ୍ତାନ ଗଣେ ରହିଛୁ
ତବ ପଥ ଚାହିଁ ll
ତବ ସୁନ୍ଦର ସୃଷ୍ଟିରେ
ବାନ୍ଧିଲେଣି ବସା l
ରକ୍ତବୀର୍ଯ୍ୟ କେତେ
ଶୁମ୍ଭନିଶୁମ୍ଭ ମହିଷା ll
ସବୁଙ୍କୁ ନିପାତ କରି
ଦୂଷଣ ହରିବୁ l
ସ୍ନେହବୋଳା କଥା ଦୁଇ
ମାଆ କହିଯିବୁ ll
କରୁଣାମୟୀ ଜନନୀ
ଅମ୍ବିକା ଭବାନୀ l
ଦୁର୍ଗମକୁ ନାଶ
କଲୁ
ଦୁର୍ଗତି ନାଶିନୀ ll
ଜୟ କାତ୍ୟାୟନୀ
ଦଶ ପ୍ରହର ଧାରିଣୀ l
ନମସ୍ତସ୍ୟୈ ନମସ୍ତସ୍ୟୈ
ନମଃ ନାରାୟଣୀ ll
🙏🙏🙏
ଅର୍ଜ୍ଜୁନୀ
------------
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧
