Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational

4  

Arjuni charan Behera

Inspirational

ଆସୁଛି ଅଗଷ୍ଟ ପନ୍ଦର

ଆସୁଛି ଅଗଷ୍ଟ ପନ୍ଦର

1 min
354


ଆସୁ ଅଛି ଭାଇ ଅଗଷ୍ଟ ପନ୍ଦର l

   ମହାନ ପରଵ ଏ ମହା ଜାତିର ll


ବହି ଆସୁଅଛି ଜାତୀୟତା ସ୍ରୋତ l

   ଆଦର୍ଶ ଯାହାର ବେଦବାଣୀ ପୂତ ll


ମନୁଷ୍ୟଙ୍କ ମଧ୍ୟେ ନାହିଁ ଭେଦଭାବ l

    ସାରା ବିଶ୍ୱବାସୀ ବସୁଧା କୁଟୁମ୍ବ ll


ବକ୍ଷରେ ଯାହାର ଗଙ୍ଗା ଗୋଦାବରୀ l

 ଆମ ଦେଶ ସଙ୍ଗେ କିଏ ହେବ ସରି ll


ବିଦେଶରୁ ଆସି କେତେ ଡକାଇତ l

  ଏ ଦେଶକୁ କଲେ ଶୋଷିତ ଲୁଣ୍ଠିତ ll


ଦୁଇଶ ବରଷ ଇଂରେଜ ଶାସନ l

  ମଧ୍ୟରାତ୍ରେ ଦିନେ ହେଲା ଅବସାନ ll


ଦେଶପ୍ରେମେ ଡରି ବିଦେଶୀ ଫିରିଙ୍ଗି l

   ଡେଇଁ ପଳାଇଲେ ସପ୍ତସିନ୍ଧୁ ଲଂଘି ll


ସେହି ଉଣେଇଶ ସପ୍ତ ଚତ୍ୱାରିଂଶ l

     ପୂରିଅଛି ଯାକୁ ପଞ୍ଚସ୍ତରୀ ବର୍ଷ ll


ଆୟାସ ଲବ୍ଧ ଏ ଆମ ସ୍ୱତନ୍ତ୍ରତା l

 ସଂଗ୍ରାମୀ ଭୋଗିଲେ ଯାବତ ହୀନସ୍ତା ll


କେତେ ଶହୀଦଙ୍କ ବୀରରକ୍ତେ ରଙ୍ଗା l

  ବହିଲା ଏ ଭୂମେ ସ୍ୱାଧୀନତା ଗଙ୍ଗା ll


ସଗର୍ବେ ଉଡ଼ଇ ଆମ ବୀର ଧ୍ୱଜା l

   ତ୍ରିରଙ୍ଗା ଯା ନାମ ତିନିପୁରେ ପୂଜା ll


ଜାତିର ନମସ୍ୟ ଜାତୀୟ ଗରବ l

  ତିନି ରଙ୍ଗେ ରଙ୍ଗା ଜାତିର ଗୌରବ ll


ଘରେ ଘରେ ଉଡ଼ା ଜାତୀୟ ପତାକା l

  ପାତକନାଶିନୀ ଉଚ୍ଚେ ରହୁ ଟେକା ll


ଜୟ ହିନ୍ଦ ଜୟ ଭାରତ ମହାନ l

    ତ୍ରିରଙ୍ଗାର କର ଜୟ ଜୟ ଗାନ ll



Rate this content
Log in