The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

kahnu charan sahu

Romance Others

4.0  

kahnu charan sahu

Romance Others

ଆସିଲାନି କେହିଜଣେ

ଆସିଲାନି କେହିଜଣେ

1 min
38


ଆସିଲାନି କେହିଜଣେ


ଫଗୁଣର

ମହକିତ ରାତିରେ ଆସି

କେହିଜଣେ ଦେଇଥିଲା କଥା

ଆସିବାକୁ ନିଜର ହୋଇ !


ଏ ହୃଦୟ 

ତାଆ ଆସିବା ବାଟକୁ 

ଆଶାଭରି ମନେ 

ଏକାଏକା ରହିଛି ଚାହିଁ !


ମନରେ 

କେବେକେବେ ସନ୍ଦେହର

ସୃଷ୍ଟି ହୁଏ ବସା

ଭାବୁଭାବୁ ମରିଯାଏ

ହୃଦୟର ପ୍ରେମସିକ୍ତ ଆଶା !


ରାଗିଣୀର ରାଗରେ

ବର୍ଷା ଭିଜା ଦେହରେ

ଭାବନାର ଅମୃତ ପିୟୁଷ

ଆଙ୍କିଦେଇଯାଏ ଅତୀତର ସ୍ମୃତି

ଗାଲ ଓ ଓଠରେ !


କେବେ ଭାବେ 

ନୀରବରେ ମନ

ଯେ ଥିଲା ହୃଦୟର ଧନ

ବୋଧେ ଭୁଲିଗଲା ଦୁଇ ପଇସାର ମନ !

ଅବୁଝା ହୃଦୟ ବୁଝେନି 

ଆସିଲାନି ସିନା କେହି ଜଣେ 

ଖୋଜୁଥାଏ ନୀରବରେ

କିଛି କଥା ସାଇତି

ହୃଦୟର କୋଣ ଅନୁକୋଣେ !!



Rate this content
Log in

More oriya poem from kahnu charan sahu

Similar oriya poem from Romance