Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Mahesweta Panigrahi

Others

3  

Mahesweta Panigrahi

Others

ଆସିଛି ରଜ

ଆସିଛି ରଜ

1 min
157


ବନସ୍ତେ ଡାକୁନି ଗଜ

କୋରନା କାଳ ରେ ଆସିଛି ରଜ,

ଆସିଛି ରଜ ଲୋ

ବନ୍ଦ ଏବେ ସଜ ବାଜ।


ରାଶି ରୁ ଛାଡ଼ିଲା ଚୋପା

କାଳିଆ ମୁଣ୍ଡ ରେ ଚନ୍ଦନ ଟିପା

ଚନ୍ଦନ ଟିପା ଲୋ

ଦୁଃଖ ତ ତା'କୁ ଅଛପା।


ପାଚିଲା ବାଇଁଚ କୋଳି

କୋରନା ଖେଳୁଛି ଦୋଳି କି ଦୋଳି

ଦୋଳି କି ଦୋଳି ଲୋ

କେବେ ପଡେ କାହା ପାଳି।


ପଣସ ପାଚିଲା ବନେ,

ସତର୍କ ହୁଅ ଲୋ କହୁଛି କାନେ

କହୁଛି କାନେ ଲୋ

ପୂର୍ବ ଦିନ ପଡେ ମନେ।


ଶଙ୍ଖ ମଲ ମଲ ଗିନା

ସାଙ୍ଗ ସାଥି ମେଳ ହେଲା ପୁରୁଣା

ହେଲା ପୁରୁଣା ଲୋ

ଏଣିକି ମିଶିବା ମନା।


ଢମଣା ଛାଡ଼ିଲା କାତି

ପିଠା ପଣା ଘରେ ଜାତି କି ଜାତି

ଜାତି କି ଜାତି ଲୋ

କୁଣିଆ ଆସୁ ନାହାନ୍ତି।


ଚାନ୍ଦ ରେ କଳଙ୍କ ଚିହ୍ନ

କୁଆଁରୀ ଝିଅ ର ଉଚ୍ଛୁନ୍ନ ମନ

ଉଚ୍ଛୁନ୍ନ ମନ ଲୋ

ଯିବ କି ସତେ ଜୀବନ।


ସାହାଡ଼ା ଗଛ ର ଛାଇ

ଦୂର ରେ ରହିଲେ ଭାଉଜ ଭାଇ

ଭାଉଜ ଭାଇ ଲୋ

ଏସନ ଆସିଲେ ନାହିଁ।


ଖୋସା ରେ ଖୋସିଲି ଫୁଲ

ମୋବାଇଲ ଧରି ଖେଳୁଥା ଖେଳ

ଖେଳୁଥା ଖେଳ ଲୋ

ଘରେ ହିଁ ରହିବା ଭଲ।


ଲୁଚିଲା ମେଘ ରେ ଚାନ୍ଦ

ଦୋକାନ ବଜାର ସବୁ ତ ବନ୍ଦ

ସବୁ ତ ବନ୍ଦ ଲୋ

ପୁରୁଣା ଲୁଗା କୁ ପିନ୍ଧ।


ଦୋଳି ହୁଏ କଟ କଟ

ଅନ୍ ଲାଇନ୍ ଚାଲେ ବେପାର ବାଟ

ବେପାର ବାଟ ଲୋ

ମନ ହୁଏ ଛଟ ପଟ।


ଗରଜେ କଳା ବଉଦ

କେବେ ସେ ଉଡ଼ିବ ଆକାଶୁ ମେଘ

ଆକାଶୁ ମେଘ ଲୋ

ଚମକିବ ପୁଣି ପାଗ।


କାଳିଆ ହାତ ରେ ଡୋରି

ଯେଣେ ଇଚ୍ଛା ତେଣେ ନେଉଛି ଧରି

ନେଉଛି ଧରି ଲୋ

ଏକା ସିଏ ରକ୍ଷାକାରୀ।।


Rate this content
Log in