Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Aishwarya Mishra

Children

3  

Aishwarya Mishra

Children

ଆସିଛି ନୂଆ ସକାଳ

ଆସିଛି ନୂଆ ସକାଳ

1 min
161



ସୂରୁଯ ଉଁଇଲା କାଉ ରାବ ଦେଲା 

ଉଠିଯାଅ ବାବୁ ତୁହି

ବାଳଭାନୁ କରେ ଦିଶୁଛି ସୁନ୍ଦର

ଆମ ଏ ମରତ ଭୂଇଁ ,


ଅନ୍ଧକାର ଭେଦି ନୂତନ ଆଲୋକ 

ଖେଳିଯାଏ ଚଉପାଶେ

ଡ଼େଣା ଝାଡ଼ି ଦେଇ କେତେ ଯେ ଚଢେଇ

ଉଡ଼ନ୍ତି ଖାଦ୍ୟ ଲାଳସେ ,


ସାଗର କୋଳରୁ ନାଲିଆ ସୂରୁଯ

ଆସିଛି ଆଲୁଅ ନେଇ

ରାତି ପାହିଲାଣି ସକାଳ ହେଲାଣି

ଉଠିଯାଅ ବାବୁ ତୁହି ,


ଉଦ୍ୟାନେ ବିକଶି କୁନି ପୁଷ୍ପରାଜି

ବିତରୁଛନ୍ତି ସୁବାସ

କୁନି ଡ଼େଣା ଝାଡ଼ି ଉଡେ ପ୍ରଜାପତି 

ଆନନ୍ଦେ ହୋଇ ହରଷ ,


ପବନ ବହୁଛି ଥିରି ଥିରି ହୋଇ

ହସୁଛି ପ୍ରକୃତି ରାଣୀ

ନବ ପ୍ରଭାତର ସୁନେଲି ପରଶେ

ପାହିଛି ଦେଖ ଯାମିନୀ ,


ନିଦ୍ରା ତ୍ୟାଗ କରି ଉଠିଆସ ବାବୁ

ନ କର ତୁମେ ଅଳସ

ସୂର୍ଯ୍ୟସ୍ନାତ ହୋଇ ସକାଳ ଆସିଛି

ଜୀବନେ ଭରି ଉଲ୍ଲାସ ,


ଉପଦେଶ ମୋର ମାନି ନିଅ ଧନ 

ଶଯ୍ୟା ତ୍ୟାଗ ବେଗେ କର 

ଗୁରୁଜନଙ୍କର କଥାକୁ ମାନିଲେ

ଜୀବନେ ହୋଇବ ବଡ଼ ।


Rate this content
Log in