STORYMIRROR

Bijoy Jena

Inspirational Others

3  

Bijoy Jena

Inspirational Others

ଆସିଛି ନୂଆ ବରଷ

ଆସିଛି ନୂଆ ବରଷ

1 min
169


  

ଆଶାର ଆଲୋକ  ଉଦ୍ଦୀପନା ନେଇ

      ଆସିଛି ନବ ବରଷ

ବିଦାୟ ନେଇଛି  ଏକୋଇଶି ଏବେ

     ସବୁରି ମନେ ହରଷ।

କେତେ ସମ୍ଭାବନା  ଉଚ୍ଚ ଅଭିଳାଷ

    ସଭିଙ୍କ ମନେ ରହିଛି

ନିଜ ସ୍ବାସ୍ଥ୍ୟ ଜଗି   ଚଳିବା ସତର୍କ

     ନବ ବର୍ଷ ବାର୍ତ୍ତା ଅଛି।

ଆଜି କାମ ଆଜି  ସାରି ଦେଉଥିବା

     କାଲିକୁ ରଖିବା ନାହିଁ

ହୃଦୟେ ଭରିବା   ଜଗନ୍ନାଥ ପ୍ରୀତି

     ଜଗତ କରତା ତହିଁ।

ପର ଅପକାର   ଚିନ୍ତା ନ କରିବା

     ସମସ୍ତେ ରୁହନ୍ତୁ ସୁଖେ

ଶାନ୍ତି ସମ୍ବୃଦ୍ଧିରେ   ଭରି ଉଠୁ ପ୍ରାଣ

   କେହି ରହି ବେନି ଦୁଃଖେ।

>ମନରେ ସଂକଳ୍ପ   ଖୁସି ବସି ରହି

    ମଧୁର ବଚନ ଭାଷୀ

ଜଗନ୍ନାଥ ନାମ   ସ୍ମରି ପ୍ରତି କର୍ମେ

      ଦିନ ବିତାଇବା ହସି।

ତ୍ୟାଗ କରି ଦେବା ସ୍ବାର୍ଥ ଲୋଭ ହିଂସା

    ନୂଆ ପଥେ ଦେଶ ନେବା

କବି କଳାକାର   ଅବା ଚିତ୍ରକାର

     ନୂଆ କିଛି ଗଢି ଦେବା।

ଦିନ ବଦଳିବ     ମାସ ବଦଳିବ

     ବଦଳିବ ବର୍ଷ ମାସ

ଏଇମିତି ନୂଆ    ରୂପରେ ଆସିବ

     ପ୍ରତି ବର୍ଷ ଆମ ପାଶ।

ଜଗତର ନାଥ    ଆହେ ଦୟାମୟ

     ନୂଆ ଭାବ ଦିଅ ମନେ

ତୁମରି କରମେ   ତୁମରି ନାମରେ

    ଶକ୍ତି ଦିଅ ଆମ ପ୍ରାଣେ। 


Rate this content
Log in

Similar oriya poem from Inspirational