ଆସିଛି ଦୀପାଳି
ଆସିଛି ଦୀପାଳି
ଦୁଃଖର ଅନ୍ଧାର ଦୂର ହୋଇ ଯେବେ
ଆସଇ ଆଲୋକ ଦୀପାଳି
ସଭିଁଙ୍କ ମନରେ ଆନନ୍ଦର ଢେଉ
ନାଚିଉଠେ ଦୋଳି ଖେଳି ll
ବାଣ ନିଶାଣକୁ ତୂରୀ ଭେରୀ ବାଜା
ବାଜେ ତା ସାଥେ କାହାଳୀ
ପୂରୁବ ପୁରୁଷ ଆସନ୍ତି ମର୍ତ୍ତ୍ୟକୁ
କାଉଁରୀଆ କାଠି ଜାଳି ll
ଅଯୋଧ୍ୟା ରାଜ୍ୟକୁ ରାଜା ରାମଚନ୍ଦ୍ର
ଏହି ଦିନ ଫେରିଥିଲେ
ମାତା ସୀତା ସଙ୍ଗେ ଲକ୍ଷ୍ମଣ ଅନୁଜ
ସଙ୍ଗରେ ତାଙ୍କର ଥିଲେ ll
ଦୀପାବଳି ଅଟେ ଉଲ୍ଲାସର ପର୍ବ
ଭାଇଚାରା ମନୋଭାବ
ଗୋଟିଏ ସୂତାରେ ସଭିଁଙ୍କୁ ଏକାଠି
ଏଇତ ଆମର ଗର୍ବ ll
ଦୀପଟେ ଜାଳିଲେ ଆତ୍ମାକୁ ମିଳଇ
ଅନେକ ଜନ୍ମର ପୁଣ୍ୟ
ଆଜି ଏ ପର୍ବରେ ଅନେସୂତ ଦୀପ
ନିଜକୁ ମଣେ ମୁଁ ଧନ୍ୟ ll