ଆଶାର କିରଣ
ଆଶାର କିରଣ
ଆଶାଥିଲା ମୋର ସ୍ଵପ୍ନ ଚୋରେଇବା
ଦାବି କରି ମଧ୍ୟ ହେଲା ନି ପୁରା,
ସ୍ଵପ୍ନ ଦୁନିଆର ନୁଆଁ କଳିକା ମୁଁ
କଢି କଢି ଅନ୍ତରରେରେ ଭରା ।
ସ୍ଵପ୍ନରାଇଜ କୁ ଚାଲିଯିବି ଦିନେ
ଭେଟି ପାରିବେ ନି ମତେ କେହି ଜମା,
ଶରୀରରୁ ନ ହେଲେ ମନରୁ ମୁଁ
ଦେଖେଇ ନାରୀର ପ୍ରତିମା ।
ସୁପ୍ତ ଦୁନିଆର ଅବିରତ ପଥିକ ମୁଁ
ମୋ ଠାରେ ନାହିଁ କ୍ଳେଶ,
ଚାଲି ଚାଲି କି ଥକିବିନି କେବେ
ଏହା ଅଛି ପୁରା ବିଶ୍ୱାସ ।
ସାଗର ମୁହାଣୁ ଫେରି ଯିବାର
ନାହିଁ ମୋର ଆଶାମୁଖ,
ଭିତରକୁ ଯାଇ ଗଭୀର ମାପିବା
ଏହା ମୋର ଅନ୍ତରର ସୁଖ ।
ମାଟିରୁ ଆକାଶ ମଝିରେ ସମୁଦ୍ର
ମାପୁଛି ଲହରୀ ଉଚ୍ଚତା,
ହୃଦୟ ଭିତର ସ୍ନେହ ମମତାର
କିଏ ସେ ମାପିବ ଗଭୀରତା ।