Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kananbala Das

Abstract

4.5  

Kananbala Das

Abstract

ଆଶା ଓ ଆଶଙ୍କା

ଆଶା ଓ ଆଶଙ୍କା

1 min
293


ଆଶା ଓ ଆଶଙ୍କା ମାୟା ମରୀଚିକା

ଖୋଜୁଛି ବଞ୍ଚିବା ରାହା,

ଛଳନା ରେ ପୁର୍ଣ୍ଣ ଆଜିର ଜୀବନ

ଯତୁ ଗୃହେ ଜଳେ ଯାହା........


ପରିବର୍ତ୍ତନ ର ବିଷ ବଳୟରେ

ହଜିଛି ସ୍ନେହ ସମ୍ପର୍କ,

ମାୟାର ସଂସାରେ ଆଶଙ୍କା ଭିତରେ

ବିତେ ଜୀବନର ଚକ୍ର.........


ଯୁଗ ପରମ୍ପରା ବିଶ୍ୱାସ ଭରସା

ମାନବିକତା ର ଅନ୍ତ,

ଘରେ ବା ବାହାରେ ପ୍ରତିଟି ପାଦରେ

ନୈତିକତା ଏବେ କ୍ଳାନ୍ତ........


ଜୀବନ ପରିଧି ମୂଲ୍ୟାୟନ ହୁଏ

ପ୍ରତିପାହାଚ ରେ ଶଙ୍କା,

ବଞ୍ଚିବାର ମୋହେ ଆଚ୍ଛନ୍ନ ଏ ମନ

ଭାବନା ପଥଟି ବଙ୍କା.........


ଫିକା ଫିକା ଏଇ ରଙ୍ଗୀନ ପ୍ରୀତିଟି

ମାୟା ଭରା ଦୁନିଆଁରେ,

ଅକୁହା ବେଦନା ଅବ୍ୟକ୍ତ ଯନ୍ତ୍ରଣା

ଅନ୍ତର୍ଦ।ହେ ନିତି ଝୁରେ........


ଆଶା ଓ ଆଶାୟୀ ଆଶଙ୍କା ଭିତରେ

ଜଳୁଥାଏ ପ୍ରତିକ୍ଷଣେ, 

ଗଣ୍ଡଦେଶେ ଝରେ ଶ୍ରାବଣର ବାରୀ

ହୃଦେ ଶଙ୍କା ଭିତ୍ତି ମନେ........


ନିଶ୍ବାସେ ବିଶ୍ବାସ ନାହିଁତ ଜୀବନେ

ଟିକିଏ ବଞ୍ଚିବା ପାଇଁ,

ତଥାପି ମୋହରେ ବାନ୍ଧି ହୋଇଅଛି

ସ୍ୱାର୍ଥକୁ ଛାଡିବ ନାହିଁ........


ମାୟା ମରୀଚିକା ଜୀବନ ନାଟିକା

ସବୁ ଆପେକ୍ଷିକ ପରି,

ନିରାଶା ମଧ୍ୟରେ ଆଶା ର ସନ୍ଧାନ

ଅନ୍ଧାରେ ରହିଛି ଘେରି........


ସନ୍ଦେହ ର ବିଷ ମାଡିଯାଇଅଛି

ସମ୍ପର୍କରେ ପ୍ରୀତି କାହିଁ ?

ଅମନରେ ମନ ମିଶାଇବା ପାଇଁ

ସନ୍ଧାନର ଶେଷ ନାହିଁ ........


ସବୁ ମୋହ ମାୟା ବିଷୟା କୁ ଛାଡି

ସମ୍ପର୍କର ସୀମା ଜାଣି,

ଆତ୍ମ ସମୀକ୍ଷାରେ ସଜାଡି ପାରିଲେ

ଜୀବନ ମହକେ ପୁଣି........


Rate this content
Log in

Similar oriya poem from Abstract