Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଆସ ଯିବା ଶିବ ମନ୍ଦିର

ଆସ ଯିବା ଶିବ ମନ୍ଦିର

1 min
154



ଶ୍ରାବଣ ର ସୋମବାର

କାନ୍ଧେ ନେଇ ପାଣି ଭାର

  ଆସ ଯିବା ଶିବ ମନ୍ଦିର

ମୁଖେ ନେଇ ପ୍ରଭୁ ନାମ

ବୋଲ୍ ବମ୍ ବୋଲ ବମ

  ହର ହର ଶିବ ଶଙ୍କର

ପାଇବା ମୁକତି

ଲଭିବା ରେ ଶାନ୍ତି

 ଜାଚି ଦେବେ ଅଭୟ ବର।

  ଆସ ଯିବା ଶିବ ମନ୍ଦିର


ଅକର୍ମା ଦାନୀ ସେ 

ଅଳପକେ ଶାନ୍ତି

 ଆଶୁତୋଷ ନାମ ତାଙ୍କର

ତ୍ରୀ ନେତ୍ର ଧାରି ସେ

ଡମ୍ବରୁ ଧାରୀ ସେ

ଜୟ ଜୟ ପାର୍ବତୀ ବର

ଭକତି ଅନ୍ତରେ ପୂଜିଲେ ତାହାଙ୍କୁ

  ଢାଳି ଦେବେ ଆଶିଷ ଧାର।

   ଆସ ଯିବା ଶିବ ମନ୍ଦିର


ସିଏ ସତ୍ୟ ଶିବ

ସିଏ ବି ସୁନ୍ଦର

ସିଏ ପରା ଅଗତି ଗତି

ଶିବ ନାମ ତୁଣ୍ଡେ

ଥିଲେ ଟି ଜାଣି ଥା

ଶମନ୍ ନ ପଶେ କତି

ପ୍ରଭୁଙ୍କ ମସ୍ତକେ 

ଜଳ ଦେଲେ ଢାଳି

ବିପତ୍ତି ହୋଇବ ରେ ଦୂର।

  ଆସ ଯିବା ଶିବ ମନ୍ଦିର



Rate this content
Log in

Similar oriya poem from Inspirational