Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Susmita Dash

Romance

2  

Dr Susmita Dash

Romance

ଆସ ସାଥୀ

ଆସ ସାଥୀ

13 mins
1.0K


ଆସ ସାଥୀରେ ହସିବା,

ଆମେ ହସିଲେ ଏ ଦୁନିଆଁ ହସିବ ।

ଚତୁର୍ଦ୍ଦିଗ ମହକି ଉଠିବ, 

ଆଲୋକିତ ହେବ ।

ହସର ଉତ୍ସରେ ହିଁ ହୁଏ ପୁଷ୍ପ ପ୍ରସ୍ଫୁଟିତ,

ତୁମ ଆଲିଙ୍ଗନରେ ହୁଏ ଉଷ୍ଣତା ଅନୁଭୂତ

ମୋ ହୃଦୟରେ ତୁମରି ନୃତ୍ୟ.....

ମୋ ମୁଦିତ ଚକ୍ଷୁରେ ତୁମ ରୂପ ଅନିତ୍ୟ..

ତୁମ ଲାବଣ୍ୟରେ 

ମୋ କବିତାର ସର୍ଜ୍ଜନା,

ଶରୀରର କୋମଳତାରେ 

ମୋ କାବ୍ୟର ମୂର୍ଚ୍ଛନା,

ଆମ ପ୍ରେମରେ ଝଲକ

ସାଗରର ଉନ୍ମାଦତା,

ଆମ ହସ ଓ ଆନନ୍ଦରେ 

ମିଳୁ ଜୀବନର ସଂପୂର୍ଣ୍ଣତା ।


Rate this content
Log in

Similar oriya poem from Romance