Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Others

4  

Bauribandhu Lenka

Others

ଆସ ମାତେ

ଆସ ମାତେ

1 min
388



ଅଶିଣର ଶାରଦୀୟ ଶୋଭା,

ଶୁଭ୍ର କାଶତଣ୍ଡୀ ପୁଷ୍ପେ ମଣ୍ଡିତା ପ୍ରକୃତି,

ଆହା କି ଦିଶେ ମଞ୍ଜୁଳ, 

କେଡେ ମନଲୋଭା ।


ନିର୍ମଳ ଦିଶେ ସରସୀ, ତଟିନୀର ଜଳ

କ୍ରୀଡାରତ ହଂସ ଯୋଡି ଫୁଟିଛି କମଳ

ନିର୍ମଳ ଦିଶଇ ନଭ ନାହିଁ ଅଭ୍ରଖଣ୍ଡ

କି ସୁନ୍ଦର ଦିଶେ ଆଜି ସମଗ୍ର ଭୂଖଣ୍ଡ ।


ତବ ଧରାବତରଣ ପାଇଁ ଆଗୋ ମାତେ

ନାହିଁ ସେ ପୂର୍ବ ଉତ୍କଣ୍ଠା ଆଜି ଏ ଜଗତେ 

ମହିଷାସୁର ରୂପୀ କରୋଣା ମହାମାରୀ

ବହୁ ଜୀବନ ନେଇ ବି ଆତଙ୍କ ତା ଜାରୀ ।


ଆସ ମାତେ ଅବତରି ଏ ଧରା ଧାମରେ

ବିନାଶ କର କରୋଣା ବିଶ୍ୱରୁ ଅଚିରେ

ସାରା ବିଶ୍ୱ ରହିଅଛି ତବ ପଥ ଚାହିଁ

ଦୂର କରି ଏ ଆତଙ୍କ ଶାନ୍ତକର ମହୀ ।

  


Rate this content
Log in