Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Others

3  

Prasanta kumar Hota

Others

ଆସ ମାଆ ଅବତରୀ

ଆସ ମାଆ ଅବତରୀ

2 mins
173


ଶୀତଳ ଶରତ ସୁକୋମଳ ସ୍ନିଗ୍ଧ 

ଉଲ୍ଲସିତ ଧରାବକ୍ଷ

ଆସ ଶାକମ୍ବରି ଆସ ଅବତରି

ନବରାତ୍ରୀ ନବୋଦିତ


ହେ ଗିରୀ ନନ୍ଦିନୀ ତ୍ରିତାପ ନାଶିନୀ

ସୁଖ ପ୍ରଦାୟିନୀ ମାତେ

ଆସ ଅବତରୀ ମାଗୋ ବିଶ୍ଵେଶ୍ଵରୀ

ଆସ ଏ ଧରା ଜଗତେ


ଝାଞ୍ଜ ଖୋଳ ଗିନି ଘଣ୍ଟା ଘଣ୍ଟଧ୍ଵନି 

ଶୁଭିଲାଣି ଆବାହନୀ

ଆସ ଅବତରି ମାଆଗୋ ଗୋଉରୀ 

ଯୋଡିଲେଣି ବେନି ପାଣି  


କର ମା ଦୟିନୀ ହେ ସିଂହବାହିନୀ 

ଆସ ମାତେ ଅବତରି

ତୁହି ରକ୍ଷାକର୍ତ୍ରୀ ତୁହି ମାହେଶ୍ଵରୀ 

ତୁହି ମା ଶଙ୍କରୀ ଗୌରୀ ।


ଶରତ ଶୋଭାରେ ସୁଷମା ନିହରେ

ମାଗୋ ଦୂର୍ଗା ସିଦ୍ଧି ପ୍ରଦା 

ଆସ ଅବତରି କଳି କାଳରାତ୍ରୀ

ତୋର ପାଦେ କରୁ ପୂଜା ।


ଉତ୍ପଳ ମନ୍ଦାର ସଜାଇଛି ହାର 

ଗନ୍ଧ ପୁଷ୍ପ ଦୀପ ଥୋଇ

ଆସ ଅବତରି ଆହେ ଶୈଳପୁତ୍ରୀ

ପୂଜିବି ପୟରେ ନେଇ।



Rate this content
Log in