Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanuja Meghamala

Others

3  

Sanuja Meghamala

Others

ଆସ ମା ଦୁର୍ଗା

ଆସ ମା ଦୁର୍ଗା

1 min
166


କାଶତଣ୍ଡିର ଧବଳ ଗାଲିଚା ବିଛେଇ

 ମଥାରେ ଶିଶିରର ବିନ୍ଦି ନାଇଁ

ଧରଣୀ ଆବାହନ କରେ

ଆସ ମା ଦୁର୍ଗେ ,ଦୁର୍ଗତି ନାଶିନୀ

ସହି ହୁଏ ନାହିଁ ପାପ

ଦୁର୍ନୀତି ଅତ୍ୟାଚାର

ମିଛ,ଅହଙ୍କାର 

ଦୁଷ୍କର୍ମ ଭ୍ରଷ୍ଟାଚାର

ବିନାଶ କର ମା ' କାମ କ୍ରୋଧ

ହିଂସା,ଲୋଭ ମୋହ

ସବୁ ମନେ ଭରିଯାଉ

ସତ୍ୟ ଶାନ୍ତି ଦୟା କ୍ଷମା

"କାମନା ର ବିନାଶରେ ଦୁଃଖର ବିନାଶ ହେଉ"

ସବୁରି  ଅନ୍ତରେ ତୁମେ ବିରାଜିତ ହୋଇ

ମା ଜଗଦମ୍ବା ଜଗତ ଇଶ୍ଵରୀ

ଏ ମଣିଷକୁ ମୁକ୍ତିର ପଥ ଦିଅ କହି 

ତୁମ ବିନା ଗତି ନାହିଁ ମୁକ୍ତି ନାହିଁ।


Rate this content
Log in