Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଆସ ମା ଆସ

ଆସ ମା ଆସ

1 min
147


ତୁମ କ୍ଷଣିକ ନଜରରେ ହିଁ ମୋ ଜୀବନର ସାର୍ଥକତା। 

ମୁଁ ଆସିନାହିଁ ମଣ୍ଡପକୁ ଦେଖିବାକୁ 

ତୁମ ରୂପର ଦିବ୍ୟତା କି ସାଜସଜ୍ଜାର ଭବ୍ୟତା

ବାସ୍ ଚୋରେଇବାକୁ ଆସିଛି 

ମୋ ପ୍ରତି କ୍ଷଣଟିଏ ଦୃଷ୍ଟିପାତ ମାତ୍ର। 


ସେଇ ତ ମୋ ପାର୍ବଣ 

ସେଇ ମୋର ଆଶ୍ୱିନ ଆଶିଷ

ତୁମର ସେଇ ନଜର ଟିକକ ଠାରୁ

ମୋର ଏଣୁତେଣୁ ମାଗି ବସିବା କଣ ଏତେ ମୂଲ୍ୟବାନ !


ଆସ ମା ଆସ

ବିଞ୍ଚିଦିଅ ଦୃଷ୍ଟି ତୁମ 

ଢଳ ଢଳ ହେଉଥିବା ଆଶାୟୀ ଆଖିର ଭିଜା ପଟଳରେ

ବ୍ୟଗ୍ର ଯେତେ କାମନା ସମୂହ

ରେଣୁ ସାଜି ତରି ଯାଆନ୍ତୁ ଲାଖି ତୁମ ପଦ ଯୁଗଳରେ। 


Rate this content
Log in

Similar oriya poem from Abstract