Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarat Jal

Others

3  

Sarat Jal

Others

ଆସ ଜଗନ୍ନାଥ ଆସ

ଆସ ଜଗନ୍ନାଥ ଆସ

1 min
6.7K


ମୋପୁଅ ଗଢିଛି କୁନିଏକ ରଥ

ଅାସ ଜଗନ୍ନାଥ ଆସ

କୁନିପୂଜକ ସେ ସାଜିଛି ଆନନ୍ଦେ

ପିନ୍ଧିଛି ଗେରୁଆବାସ ।୧।


ଗୁନ୍ଥିଛି ତୁଳସୀ ତୋଳିଛି କୁସୁମ

କାଳିଅନ୍ଧାରରୁ ଉଠି

ଘୋରିଛି ଚନ୍ଦନ କର୍ପୁର ସହିତେ

ଚୌଦିଗ ଯାଏ ଚହଟି ॥


ଶ୍ରୀଫଳ,କଦଳୀ ନୈବେଦ୍ୟେ ସମର୍ପି

ଢାଳିଦେବ ଭକ୍ତିରସ

ମୋପୁଅ ଗଢିଛି କୁନିଏକ ରଥ

ଆସ ଜଗନ୍ନାଥ ଆସ ।୨।


ଶ୍ରୀପୟରେ ତବ ଜାଳି ଘିଅଦୀପ

ଦେଇ ହରିବୋଲ ଧ୍ୱନି

ଭାବଦୋରୀକି ସେ ଲଗେଇ ରଥକୁ

ନେବ ନିଜେ ଟାଣିଟାଣି ॥


ହେଳାକରନାହିଁ ଆସହେ ଗୋସାଇଁ

ଛାଡି ଶ୍ରୀକ୍ଷେତ୍ର ଉଆସ

ମୋପୁଅ ଗଢିଛି କୁନିଏକ ରଥ

ଆସ ଜଗନ୍ନାଥ ଅାସ ।୨।


ଟାହିଆ କରିଛି ସୋଲରେ ତିଅାରି

ଦିଶେ କେଡେ ଝଲମଲ

ପହୁଣ୍ଡି ବେଳକୁ ବାନ୍ଧିଦେବ ଶିରେ

ଲାଗିବ ତୁମକୁ ଭଲ ॥


ତା'କୁନି ଓଠରେ ତୁମ ଅାଶିଷରେ

ଝରିବ ଅସରା ହସ

ମୋପୁଅ ଗଢିଛି କୁନିଏକ ରଥ

ଅାସ ଜଗନ୍ନାଥ ଆସ ।୩।


ଶରତ ଚନ୍ଦ୍ର ଜାଲି

ତା:୧୫/୭/୦୧୮


Rate this content
Log in