Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santanu Bisoi

Tragedy Others

3  

Santanu Bisoi

Tragedy Others

ଆସ ଗୋପବନ୍ଧୁ

ଆସ ଗୋପବନ୍ଧୁ

1 min
222


ବନ୍ୟା ପ୍ଲବୀତ ଜୀବନ ବିତୁଛି

ଚୁଡା କି ଚାଉଳ ନାହିଁ,

କୁଜି ନେତା ଆଉ ଗାଁ ଟାଉଟର

ନେଲେଣି ରିଲିଫ ବୋହି।।


ଆସ ଗୋପବନ୍ଧୁ ଆସ ଏ ଧରାକୁ

ପୁନରପି ଜନ୍ମ ନେଇ,

ଜନମିଲା ବେଳେ ପାତ୍ର'ଟେ ଆଣିବ

ଲୁହ ସାଇତିବା ପାଇଁ।।


ହାତ ପାତିବାନି ଏ ଜୀବନେ କେବେ

ଦେଉଥିଲ କେତେ ନାରା

ମଣିଷଙ୍କ ପରି ମଣିଷଟେ ହବା

ଜୀବନର ମନ୍ତ୍ର ଧାରା !!


ଭଦ୍ରମୁଖା ପିନ୍ଧା ଧୋବ ଧାଉଳିଆ

ଲମ୍ବିତ ଧାଡି ଲଗାଇ

ବିନାଦ୍ବିଧାରେ ନ୍ୟନ୍ତି ନିଃସଙ୍କୋଚେ

ରଙ୍କି ଚାଉଳ ବୋହି।।


ଭାଷା ସାହିତ୍ୟର ସମୃଦ୍ଧି ପାଇଁ

ଲଢ଼ିଲ ଯେଉଁ ଲଢେଇ,

ଓଡ଼ିଶା ପ୍ରଦେଶ ହୋଇଲା ନିର୍ମିତ

ଭାଷା ଭିତ୍ତିକ ହୋଇ।।


ବନ୍ଦୀ ଆତ୍ମକଥା ସେ କାରା କବିତା

ଇଏ ପୁରୁଣା ରଚନା,

ହିନ୍ଦୀ ଇଂରେଜି ମିଶ୍ରିତ ଓଡ଼ିଆ

ଉଡାଏ ଭାଷା ଉନ୍ମନା।।


ଆସହେ ଉତ୍କଳ ମଣି ଗୋପବନ୍ଧୁ

ସୁଆଣ୍ଡେ ଜନମ ନେଇ,

ଚିନ୍ତା ଚେତନାର ଖବରକାଗଜେ

ଦିଅ ହେ ଆଖି ବୁଲେଇ।।


ତୋଷାମଦେ ବ୍ରତୀ ଆଜି ସାମ୍ବାଦିକ

ଛପାକଳ କିଣା ବିକା

ନିରପେକ୍ଷତା ଦାବି କରୁଛନ୍ତି

ଆଜିର ଶିକ୍ଷିତ ବୋକା।।


ଭାଷା ବିଶୃଙ୍ଖଳା ସାହିତ୍ୟ ଫୁଙ୍ଗୁଳା

"ଆଦର୍ଶ" ଏଠି ଅନାଥ

ଦିଗହରା ଆଜି ଖବରକାଗଜ

କ୍ରନ୍ଦିତ ଓଡ଼ିଶା ଦୁସ୍ଥ।।


ଉତ୍କଳ ମାତାର ସନ୍ତାନ କାନ୍ଦୁଛି

କୋହ ଉଠେ ଲୁହ ନାହିଁ

ତୁମେ ପୁନର୍ଜନ୍ମ ନେଲେ ଏ ସମାଜେ

ଦେବେ କି ତୁମେ କନ୍ଦାଇ??


Rate this content
Log in

Similar oriya poem from Tragedy