ଆନ୍ଦୋଳନ ଋତୁ
ଆନ୍ଦୋଳନ ଋତୁ
ଛଅ ଋତୁ ପରେ ଆଉ ଗୋଟେ ପୁଣି
ଆସିଛି ରାଜଧାନୀରେ
ଯେତେବେଳେ ଦେଖ ଆନ୍ଦୋଳନ ଚାଲେ
ଲୋୟର ପି ଏମ ଜି ଠାରେ ।।
କେବେ ଚାଷୀ ପୁଣି କେବେ ଶିକ୍ଷକଙ୍କ
ବର୍ଷ ସାରା ଆନ୍ଦୋଳନ
ରାଜନୀତି ଚାଲେ ଭାଷଣ ବାଜିରେ
ପ୍ରତିଶୃତି ଭରେ ମନ ।।
ଖରା ବର୍ଷା ସହି ପେଟ ପାଇଁ କିଏ
ବାଛିନିଏ ରାଜ ରାସ୍ତା
ସମସ୍ତଙ୍କ କଥା ବୁଝିବାକୁ ଠିକା
ନେଇଛନ୍ତି ତୁଙ୍ଗ ନେତା ।।
ଗୋଷ୍ଠୀ ଭାଙ୍ଗିଗଲେ ପୁଣି ଥରେ ଆଶା
ବାନ୍ଧନ୍ତି ଦାନ୍ତ ନେଫାଡି
କେତେ ଯେ ଗଲେଣି କୁକୁର ମୁହଁକୁ
ହାଡ ଟିକିଏ ଫୋପାଡ଼ି ।।