STORYMIRROR

Nilamani Thapa

Inspirational

3  

Nilamani Thapa

Inspirational

ଆମେ ଓଡିଆ ଭାରି ବଢିଆ

ଆମେ ଓଡିଆ ଭାରି ବଢିଆ

1 min
189



ଜନମିଛୁ ଆମେ ଓଡିଶା ଭୁଇଁରେ

କହୁଛୁ ଓଡିଆ କଥା

ଲେଖୁଛୁ ଓଡିଆ ବହୁତ ବଢିଆ

ଓଡିଆ ଆମର ଭାଷା ।

 

ଆମରି ମାଟିମା ସବୁଠୁ ବଢିଆ

ଆମେ ତ ଓଡିଆ ଛୁଆ

ମାଟି ବି ଓଡିଆ ଜାତି ବି ଓଡିଆ

ଓଡିଶା ଆମର ଗାଆଁ ।

 

ଯେଉଁଠି ହେଉବା ଯାହାର ଠିକଣା

ଯାହାର ବି ହେଉ ନାଆଁ

ସଭିଏଁ ଆମେ ଏକ ଡୋରେ ବନ୍ଧା

ଶିଖାଇଛି ମାଟି ମାଆ ।

 

ଓଡିଆ ପୁଅର ବହୁତ ସାହସ

ଆଉ ତାର ସ୍ୱାଭିମାନ

ସଭିଙ୍କ ସମ୍ମାନ ସହ ଆମେ ଯୋଡା

ଏହା ଆମ ସ୍ୱାଭିମାନ ।

 

ଚଉରା ମୂଳରେ ଦୀପଟି ଜଳାଇ

ଆମ ବହୁ ଓଡିଆଣୀ

<

p>ଏରୁଣ୍ଡି ଡେଇଁ କି ଘରକୁ ଆସଇ

ମୁଣ୍ଡରେ ପାଟ ଓଢଣୀ ।

 

ବାର ମାସେ ତେର ପରବ ମାନଇ

କେତେ ଯେ କେଉଁଠି ଓଷା

ଆସିଲେ ଗଲେ ରଜ ଭାରି ମଉଜ

କାର୍ତ୍ତିକରେ ଡଙ୍ଗା ଭସା ।

 

ମଗୁଶିର ମାସେ ଲକ୍ଷ୍ମୀ ମାଣ ବସା

ଘରେ ଘରେ ହୁଏ ପୂଜା

ନୂଆ ଚାଉଳରେ ନୂଆ ଖାଇବାକୁ

ଖୁସିରେ ଉଡାଉ ଧ୍ୱଜା ।

 

ଯାତରା ବରବ ଖୁସି ସହକାରେ

ଲାଗଇ ବଡ ସୁନ୍ଦର

ଦୋଳ ବିମାନରେ ରାଧା ଗୋବିନ୍ଦ

ଦିଶନ୍ତି ବଡ ସୁତର ।

 

ମୂଲିଆ ହଳିଆ ସଭିଏଁ ବଢିଆ

ଗର୍ବିତ ସାରା ଓଡିଆ

ଆମ ଲାଗି ଆଜି ଆମ ଟେକ ଅଛି

ଓଡିଆ ଭାରି ବଢିଆ ।


Rate this content
Log in

Similar oriya poem from Inspirational