Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratap Chandra Mishra

Fantasy

3  

Pratap Chandra Mishra

Fantasy

ଆମେ ଏକ ଗୋଟିଏ ମାଳାର ଫୁଲ ଅନେକ

ଆମେ ଏକ ଗୋଟିଏ ମାଳାର ଫୁଲ ଅନେକ

1 min
161



ଏକ ବଗିଚାର ଅନେକ ଚାରା,

ସଦା ମୁଖରିତ ବାରି,

ସାତ ରଙ୍ଗର ଇନ୍ଦ୍ରଧନୁ

ସାତ ସୁରରେ ଭରି।।


ସେହି ଚାରା ଫୁଲ 

କଥା କହୁଥାଏ

ନା ନା ପ୍ରକାର ବାଣୀ,

ଅପୂର୍ବ ସୁରଭି ଚଉଦିଗେ

ଖେଳେ

ହସି ହସାନ୍ତି ପବିତ୍ର ଧରଣୀ।।


ଜ୍ଞାନ ଆହୁଲାରେ ବଗିଚା ନାଆଟି

ବହି ଚାଲୁଥାଏ ଆଗକୁ,

ବଗିଚାର ମାଳି ସରାଗେ 

ଯତନେ

ସତ୍ ମାର୍ଗେ ପଥ ଦେଖାନ୍ତି ସଭିଙ୍କୁ।


ତାଙ୍କରି ଆଦର୍ଶ ତାଙ୍କରି ଚିତ୍ତରେ

ବାଣୀ ଭଣ୍ଡାର ସୁରଭି ଗୁନ୍ଥା,

ଆମେ ଯେ ଏକ,ଗୋଟିଏ ମାଳାର ଫୁଲ ଅନେକ

ଗୋଟିଏ ସମାଜ କହୁ ଗୋଟିଏ ଭାବ ଧାରାର କଥା।


ଦୁନିଆ ବୁକୁର କୋଣ ଅନୁକୋଣୁ 

ବିକଶିତ ଫୁଲ ସମାହାର,

ଜ୍ଞାନ ଗନ୍ତାଘର ପୂରି ମହକାଏ  

ନବ ଚେତନା ସୃଜନୀରେ ବରାବର...।


 ଆମେଯେ ଏକ ଅନେକ ଫୁଲ ସେହି ଗୋଟିଏ ମାଳାର ....



Rate this content
Log in

Similar oriya poem from Fantasy