STORYMIRROR

Nrusingha Narayan Tripathy

Inspirational

3  

Nrusingha Narayan Tripathy

Inspirational

ଆମ ପିତାମାତା ଚଳନ୍ତି ଦେବତା

ଆମ ପିତାମାତା ଚଳନ୍ତି ଦେବତା

1 min
129



ଦୁନିଆ ଦେଖିଛି ଜୀବନେ ପିତାମାତା ଆଶିଷେ

ପ୍ରଥମ ଦେବତା ମୋହର ସଦା ଭକ୍ତି ପ୍ରକାଶେ ll


ଦୁର୍ଲ୍ଲଭ ଜନମ ପାଇଛି ଜନ୍ମ ହୋଇ କୋଳରେ

ସଂସାର ଦେଖିଛି ନୟନେ ଧରି ଚାଲେ ଦାଣ୍ଡରେ ll


ବିଦ୍ୟା ବୁଦ୍ଧି ଜ୍ଞାନ ପାଇଛି ସବୁ ତାଙ୍କ ମହିମା

ସମାଜେ ପ୍ରତିଷ୍ଠା ଲଭିଛି ଗାଏ ତାଙ୍କ ଗାରିମା ll


ଦୁଃଖ କଷ୍ଟ ସହି ଆମକୁ କରେ ସ୍ନେହ ଆଦର

ବିପଦେ ଆପଦେ ଦେଖାଏ ସତ୍ୟ ଶାନ୍ତି ମାର୍ଗର ll


ଅଭୟ ପ୍ରଦାନ କରନ୍ତି ପାଇ ସବୁ କଷଣ

କ୍ଷୁଧା ଇଛା କାମ ମେଣ୍ଟାନ୍ତି ସଦା କରି କଲ୍ୟାଣ ll

>


ନିଜେ ଜଳି ଜଳି ବତାନ୍ତି ମୋର ଜୀବନ ପଥ

ଯୋଗାନ୍ତି ସୁବିଧା ସୁଯୋଗ ନାନା କଷ୍ଟ ପାଇତ ll


ପାଇ ଉପଦେଶ ଆଦେଶ ମୋର ଜୀବନ ରଥ

ପ୍ରଗତି ପଥରେ ଆଗାଏ ପାଇ ଯେ ଆଶୀର୍ବାଦ ll


ଆମ ପିତାମାତା ଅଟନ୍ତି ପରା ଗୁରୁ ଦେବତା

ତାଙ୍କ ସେବା ଧର୍ମ କରିବା ଦେଇ ପ୍ରାଥମିକତା ll


ତାଙ୍କ ପରି କେହି ଦେବତା କିଏ ସରଗେ ଅଛି

ସ୍ୱଦେହେ ଆମର ସେବାକୁ ପାଖେ ରହି କରୁଛି ll


ଚଳନ୍ତି ଦେବତା ମୋହର ପୂଜେ କରି ଜଣାଣ 

ତାଙ୍କରି ସେବାରେ ମୋହର କଟୁ ସାରା ଜୀବନ ll



Rate this content
Log in

Similar oriya poem from Inspirational