ଆମ ପବିତ୍ର ସମ୍ବିଧାନ
ଆମ ପବିତ୍ର ସମ୍ବିଧାନ
ମହାନ ଆମର ଦେଶ ଏ ଭାରତ
ଦେବଭୂମି ଆର୍ଯ୍ୟାବର୍ତ୍ତ l
ବିନ୍ଦୁ ବିନ୍ଦୁ କରି ସିନ୍ଧୁ ପ୍ରାୟେ ଗଢ଼ା
ସମ୍ବିଧାନ ତା' ବିଖ୍ୟାତ ll
ସୁଦୃଢ଼ ଏ ଦେଶ ଗଣତନ୍ତ୍ର ଆମ
ପୃଥିବୀ ମଧ୍ୟେ ମହାନ l
ସୁଦୃଢ, କଠିନ, ନମନୀୟ ଯାର
ଦୀର୍ଘତମ ସମ୍ବିଧାନ ll
ପବିତ୍ର ଚିନ୍ତାର ବଖାଣ ସଂହିତା
ଭ୍ରାତୃଭାବ ପରେ ସ୍ଥିତି l
କେତେ ସାଧନାରେ ନିର୍ମାଣି ଅଛନ୍ତି
ଜ୍ଞାନୀଗଣ ତାହା ଚିନ୍ତି ll
ସୁଯୋଗେ ସମତା, ସମ ଅଧିକାର
ଆମ ସମ୍ବିଧାନ ନୀତି l
ଶାନ୍ତିପୂର୍ଣ୍ଣ ଭାବେ ସହ ଅବସ୍ଥାନ
ସମାଜେ ନଥିବ ଭୀତି ll
ସୁଦୃଢ ଶାସନ,ଶୁଦ୍ଧ ଦେଶ ପ୍ରେମ
ସୁଦୃଢ ନ୍ୟାୟ ପାଳିକା l
ନାଗରିକ ଗଣ ପ୍ର
ତିଜ୍ଞା କରିଲେ
ନୀତିବାନ ସଦା ଏକା ll
ଧର୍ମ ନିରପେକ୍ଷ ନୀତିଟି ତାହାର
ସଂକୀର୍ଣ୍ଣ ଚିନ୍ତା ରହିତ l
ସଂକୀର୍ଣ୍ଣ ଚିନ୍ତନ ପରିତ୍ୟାଗ କର
ଚିନ୍ତ ସଦା ଦେଶ ହିତ ll
ପୂଜ୍ୟ ପୂଜା କର ଦ୍ୱେଷ ପରିହର
ସମ୍ମାନ କର ସଂହିତା l
ସମ୍ବିଧାନ ନିନ୍ଦା ସିଧା ଦେଶ ଦ୍ରୋହ
ଛାଡ଼ ମନୁ ଏହି ଚିନ୍ତା ll
ଶିରେ ଧର ସଦା ମାତାର ଚରଣ
ମାତୃ ଭୂମିର ସଂସ୍କୃତି l
ସତ୍ୟ ସନାତନ ଚିରନ୍ତନ ଯାର
ବଇଦିକ ଅଟେ ଭିତ୍ତି ll
ଆଜି ସମ୍ବିଧାନ ଦିବସେ ନମଇଁ
ମାତୃ ଭୂମିର ଚରଣ l
ପବିତ୍ର ତାହାର ସଂବିଦା, ସଂହିତା
ପବିତ୍ର ତା ସମ୍ବିଧାନ ll