Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rama chandra Pradhan

Others

3  

Rama chandra Pradhan

Others

ଆମ ଓଡ଼ିଶା

ଆମ ଓଡ଼ିଶା

1 min
179



ଆମ ଏ ଓଡିଶା ଗୌରବ ମଣ୍ଡିତା 

   ସଂସ୍କୃତିରେ ମହନୀୟା 

ଶିଳ୍ପକାରୁକାର୍ଯ୍ୟେ ଅଟେ ସେ ଅନନ୍ୟା 

   ସୌନ୍ଦର୍ଯ୍ୟେ ଅବର୍ଣ୍ଣନୀୟା l


ଜଗନ୍ନାଥ ଧାମ ଏ ପୂଣ୍ୟ ଉତ୍କଳ 

    ଓଡିଆ ପୁଅଙ୍କ ବଳ 

ବୀର ପ୍ରସବିନୀ  ଏ ଓଡିଶା ମାଟି 

    ମହାପୁରୁଷଙ୍କ ସ୍ଥଳ l


 ତା' ବନ ପାହାଡ଼ ସବୁଜିମା କ୍ଷେତ 

    ଲାଗେ ଅତି ଆପଣାର 

ତା' ବଡ଼ ଦେଉଳ କୋଣାରକ କ୍ଷେତ୍ର 

   ସତରେ ବିସ୍ମୟକର l


ତା' ପଖାଳ କଂସା ତା' ବାଡ଼ି ବେଉସା 

    କୋଉଠି ମିଳିବ ନାଇଁ

ପ୍ରେମରେ ଅପାର ଭାଷାରେ ମଧୁର 

   ଐତିହେ ଭରା ଏ ଭୂଇଁ l


ତା' କଳାନୈପୁଣ୍ୟ ତା' ଶାସ୍ତ୍ରୀୟନୃତ୍ୟ

    ଦେଶ ବିଦେଶରେ ଖ୍ୟାତ

ଉଚ୍ଚ କରି ଶିର ରଖିବା ତା' ଟେକ 

    ହାତରେ ମିଶାଇ ହାତ l



Rate this content
Log in