ଆମ ମାଟିର କଥା
ଆମ ମାଟିର କଥା


ଚାଷୀ ଭାଇନା
ହୁଅଇ ଖୁସି
ଶ୍ରାବଣ ମାସେ
ବରଷା ବର୍ଷେ
ହଳ ଲଙ୍ଗଳ ଧରି,
କେତେ ଜତନେ
କ୍ଷେତକୁ ଚସେ
ମଧୁର ହସେ
ମନ ହରସେ
କ୍ଷେତକୁ ସୁନା କରି ।
କେଡେ ସୁନ୍ଦର
ଲାଗେ ବହୁଳ
ଆମରି କ୍ଷେତ
ଜଗତ ହିତ
ଦିଶଇ ମନ ଲୋଭା,
ଫଳ ଫଳଇ
କ୍ଷେତରେ ମୋର
ହସଇ ମୋର
ସୁନା ସଂସାର
ମନରେ ବାନ୍ଧେ ଆଶା ।
ଆମରି ବନ
ବହେ ଗଗନ
ଆମରି ମାଟି
ଦିଅଇ ଶକ୍ତି
ବାସେ ସୁନ୍ଦର ବାସ ,
ଗ୍ରାମର ବାସୀ
ଭାରି ସହାସି
ସଭିଏଁ ଏଠି
କରନ୍ତି ଖଟି
ଫୁଟାଇ ମୁଖେ ହସ ।
ନାତି ନାତୁଣୀ
ଶୁଣନ୍ତି ଗପ
ଜେଜେ ମା ପାଖେ
ପକାଇ ସପ
ହୋଇଲେ ସଞ୍ଜ ବେଳ,
ବରଷା ଟୋପା
ପଡଇ ଝରି
ବେଙ୍ଗୁଲି ରାଣୀ
ଛାଡ଼ଇ ରଡି
ବହିଲେ ଦାଣ୍ଡେ ଜଳ ।