Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pranati Mahapatra

Inspirational

4  

Pranati Mahapatra

Inspirational

ଆମ ବିଦ୍ୟାଳୟ

ଆମ ବିଦ୍ୟାଳୟ

1 min
199



ଆମ ବିଦ୍ୟାଳୟ ଜ୍ଞାନ ଗନ୍ତାଘର

ଲକ୍ଷ୍ମୀ ସରସ୍ୱତୀ କରନ୍ତି ବାସ,

ସ୍ନେହ ଶ୍ରଦ୍ଧା ଓ ଭଲପାଇବା ଥାଏ

ସଭିଏଁ ଥାଆନ୍ତି ହୋଇ ହସ ହସ।


ଦୂରରୁ ଦିଶଇ ଆମ ବିଦ୍ୟାଳୟ

କେଡ଼େ ମନଲୋଭା ତା'ର ଶରୀର,

ମଣିଷ ତିଆରି କାରଖାନାଟିଏ

ଗୁରୁ ଯେ ଶ୍ରେଷ୍ଠ କାରିଗର।



କେତେ ଶିକ୍ଷା କେତେ ସଂସ୍କାର ଦେଇ

ଉତ୍ତମ ଛାତ୍ରଛାତ୍ରୀ ଗଢିଥାନ୍ତି,

ନିଜ ସୁଖ ଖୁସି ଜଳାଞ୍ଜଳି ଦେଇ

ଗୁରୁ ବିଦ୍ୟାଳୟ ଟେକ ରଖନ୍ତି।


କେତେ ସାଙ୍ଗସାଥି ଶିକ୍ଷା ଲାଭ କରି

ଡାକ୍ତର ଇଞ୍ଜିନିୟର ହୁଅନ୍ତି,

ଆଉ କିଛି ସାଙ୍ଗ ସତଶିକ୍ଷା ପାଇ 

ଦେଶ ସେବା କାର୍ଯ୍ୟ କରନ୍ତି।


ଶିକ୍ଷା ଓ ଶିକ୍ଷକ ଛାତ୍ରଛାତ୍ରୀ ବୃନ୍ଦ

ମେରୁଦଣ୍ଡ ଯେ ତାହାର,

ଭାରି ମଜା ଲାଗେ ସାଙ୍ଗସାଥି

ସେ ସମୟ କି ଭୁଲିହୁଏ ମୋର।


ଖେଳ କସରତ ନାନା ସୁଶିକ୍ଷା ଯେ

ଏହି ବିଦ୍ୟାଳୟେ ମିଳିଥାଏ,

ଡୁ ଡୁ କବାଡି ଉଚ୍ଚ ନୀଚ୍ଚ ଡିଆଁ


ଖେଳରେ ଖେଳରେ କେତେ ସଦଜ୍ଞାନ,

ଗୁରୁ ଆମକୁ ଶିଖାଇ ଥାନ୍ଥି,

ଆମ ବିଦ୍ୟାଳୟ କେଡେ ସୁନ୍ଦର

ଜ୍ଞାନାମୃତ ବାଣ୍ଟି ଦେଇ ଚାଲିଛନ୍ତି।




Rate this content
Log in