ଆମ ଅଗଣାର ସଜଫୁଲ
ଆମ ଅଗଣାର ସଜଫୁଲ
ଆମ ଅଗଣାର ସଜଫୁଲ,
ନୂଆଁ ନୂଆଁ କେତେ ଫୁଲର ସମ୍ଭାରେ
ବାସନାରେ ତାର ନାହିଁ ତୁଳ ।।
ଜୁଇ,ଜାଇ, ମଲ୍ଲୀ, ଗେଣ୍ଡୁଫୁଲ,
କେତକୀ, ମାଳତୀ, ଶେଫାଳୀ, ଗୋଲାପ
ସୌନ୍ଦର୍ଯ୍ୟରେ ଦିଶେ ଝଲମଲ ।।
ପରିବାରେ ଆଜି ଖୁସି ବେଳ,
କବିତା, ଗଳପ, ଫଟୋ, ଅଭିନୟ
କବି, କଳାକାର ମାଳ ମାଳ ।।
ଆସିଛିରେ ଆଜି ହସରୋଳ,
ସାହିତ୍ୟ ଆକାଶେ ଉଜ୍ଜ୍ୱଳ ନକ୍ଷତ୍ର
ରହିଛି, ରହିବ କାଳ କାଳ ।।
ମନ୍ଦ ନାହିଁ ଏଠି ସବୁ ଭଲ,
ମହା ଆନନ୍ଦରେ ପାଉଅଛୁ ସଦା
ସଜଫୁଲ ସାଥେ ସଜଫଳ ।।
ସ୍ଵନକ୍ଷତ୍ରର ଆଜି ସୁସକାଳ,
ପରସ୍ପର ମିଶି ଆଗେଇ ନେବାଟି
ପ୍ରେମ ଥାଉ ସଦା ଅନାବିଳ ।।
ପ୍ରଗତି ପଥେ ଆଗେଇ ଚାଲ,
ଆମ ପରିବାର ଶୀର୍ଷ ସ୍ଥାନେ ରହୁ
ଆମ ଅଗଣାର ସଜଫୁଲ ।।
