ଆମ ଅଗଣାର ସଜଫୁଲ
ଆମ ଅଗଣାର ସଜଫୁଲ


ଆମ ଅଗଣାର ସଜ ଫୁଲ ମୁଠେ
ସୃଜନୀ ପ୍ରତିଭା ସୁରଭି ଛୁଟେ
ନାରାୟଣ ଅଛନ୍ତି ସକଳ ଘଟେ
ସେଥିପାଇଁ ମାନ ଅଭିମାନ ଭୁଲି
କେଵେ ନୂଆବର୍ଷେ ଭେଟଘାଟେ
ସଙ୍ଗୀତ ଲହରୀ ହୃଦୟ ଘାଟେ
ବାସ୍ନା ତାହାର ଚଉଦିଗେ କୁହାଟେ
ଆମ ଅଗଣାର ସାଜଫୁଲ ମୁଲ ଅତୁଟେ
କିଏ ସାତ କିଏ ସତର ଏଇ ତ ଆମ ସଂସାର
ଏଇଠି ଅଛି ଆମ ବଇଠି ଗୋଠେ ରଟେ
ଲାଗିଛି କେତେ ସ୍ନେହ ଆଦର କୋଠେ
କେଵେ କବିତା ଫୁଟେ କେଵେ ଗଳ୍ପ ଛିଟେ
କେଵେ ପ୍ରବନ୍ଧ କେଵେ ନାଟକ ଫଟେ
ଆମେ ଏକରେ ଅନେକ ପୁଣି ଅନେକରେ ଏକ
ବନ୍ଧନ ଆମ ନତୁଟେ ମମତା ପୈଠେ
ସକାଳ ହେଲେ ଫୁଲ ଫୁଟେ ବାସ ଚହଟେ
ରାତି ହେଲେ ନଥାଏ ଗୋଟେ
କୁଆଡେ ଗଲେ ସବୁ ଗୋଠେ
ହସି ହସିକା ଫୁଲ ସବୁ ଲୋଟେ
କହେ ବିହି ଲେଖି ବହି ଆମ କରମ ଏପଟେ
ନୁହଁ ହଲଚଲ ସେପଟେ ନିଜେ ନିଜକୁ ଆକଟେ
ଆମେ ନୁହେଁ ପଟେ ବରଂ ଗୋଠେ