Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

kahnu charan sahu

Fantasy

4  

kahnu charan sahu

Fantasy

ଆଲୋକମୟୀ ତୁଳୀର ସ୍ପର୍ଶରେ

ଆଲୋକମୟୀ ତୁଳୀର ସ୍ପର୍ଶରେ

1 min
522


ଅତିଶୟ ଅନ୍ଧକାର 

ପରିବେଶ, ପରିସ୍ଥିତି

ଭାବ-ଅଭାବ, ଆଶା-ନିରାଶର

ସେ ରଞ୍ଜିତ ମୁହୂର୍ତ୍ତ

ଜୀବନକୁ ଜାବୁଡି ଧରିଥିଲା

ଶୈଶବରୁ କୈଶୋର ଯାଏଁ ।


ଅତିବାହିତ ସେ ଦୀର୍ଘ ଜୀବନ ପଥ

ଅନ୍ଧାରଠୁ ବଳି ଭୟଙ୍କର

ପ୍ରତିକ୍ଷଣ ସହିବାକୁ ପଡିଛି

ଅପବ୍ୟବହାର, ସମ୍ପର୍କର ଅତ୍ୟାଚାର !

ଯଦି ବିତିଥିବା ଦିନ, ହଜିଥିବା ଅତୀତ

କନ୍ଦେଇଥିବା ଶବ୍ଦକୁ ଏକତ୍ରିତ କରାଯାଏ 

ତେବେ ହୁଏତ ସୃଷ୍ଟି ହେଇପାରେ

ବିରାଟକାୟ ଗ୍ରନ୍ଥ ।


ଶାଣିତ ସମ୍ପର୍କ ମଝିରେ

ଉଠିଥିବା ପାଚେରୀ କାନ୍ଥରେ

ଲିପିବଦ୍ଧ ବିରଳ ମୁହୂର୍ତ୍ତ

ବୟସର ବତୀଘରେ

କାଳି ପ୍ରତିଛବିରେ

ଯେବେ ପ୍ରତିବିମ୍ବ ସୃଷ୍ଟି ହେଲା

ଆଲୋକମୟୀ ତୁଳୀର ସ୍ପର୍ଶରେ

ଅବଶୋଷ ଭର୍ତ୍ତି ଅସଂଖ୍ୟ ଅକ୍ଷରରେ

ବିବିଧ ବର୍ଣ୍ଣବୋଧକୁ ହୃଦୟଙ୍ଗମ କରିଥିବା ହୃଦୟରେ

ବଦଳିଗଲା ଅବଶୋଷର ଯଶ ।


ସବିଶେଷ ବିବରଣୀ ଉତ୍ତାରି ଚାଲିଲା

ଆଲୋକର ପ୍ରତିଟି କଣିକା

ସମାପ୍ତିର ଅନ୍ତିମ ଚରଣରେ

ଅପେକ୍ଷାରତ ରୁଗ୍ଣ ଚେହେରାଟି

ହସି ଉଠିଲା ଅପଲକେ । 


ଅସ୍ତବେଳାର ଅଦୃଶ୍ୟ ସ୍ଵାକ୍ଷର

ଟାଣି ଆଣିଲା କାଳି ଗର୍ତ ଭିତରୁ

ଅଜାଡି ଦେଲା ନବ ସୂର୍ଯ୍ୟୋଦୟର 

ସଫଳତା ବୁଣା କିରଣ

କଷ୍ଟ ଅନୁଭୂତ ହେଲା କୃଷ୍ଣ

ସମୟ ବଦଳିବା ସହିତ

ବଦଳିଗଲେ ନିପଟ ଅନ୍ଧକାର 

ବାସ୍ ଏହା କେବଳ ସମ୍ଭବ

ଆଲୋକମୟୀ ତୁଳୀର ଯାଦୁଗରୀ ସ୍ପର୍ଶରେ ।


Rate this content
Log in