ଆକସ୍ମିକ ଯଦି
ଆକସ୍ମିକ ଯଦି


ଆକସ୍ମିକ ଯଦି
ସନ୍ଯାସୀଟିଏ ଆସି
ଆମ ଘରେ କୁହନ୍ତି
"ବେଶ ରାଜ ଯୋଟକ ଅଛି"
ରାଜାରାଣୀ ଯୋଗ ଅଛି ।
ଆକସ୍ମିକ ଯଦି
ପ୍ରେମିକା ଦୌଡ଼ି ଆସି
ଦେଇ ଦିଅନ୍ତା ଫୁଲମାଳାଟି
ମୋର ନୁଖୁରା ବେକରେ ।
ଆକସ୍ମିକ ଯଦି
ମଦ ଦୋକାନ ସବୁ
ବନ୍ଦ ହୋଇଯାନ୍ତା ।
ଆକସ୍ମିକ ଯଦି
ଔଷଧ ଦୋକାନୀଟା
ଭୁଲିଯାନ୍ତା ନିଦ ବଟିକାକୁ ।
ତେବେ ହେ ଭଗବାନ
ମୁଁ କ'ଣ ନିଦରେ ଶୋଇପାରିବି ।
ଶୋଇ ଶୋଇ ସୁନେଲି ସ୍ବପ୍ନରେ
ପ୍ରେମିକାକୁ ଜାବୁଡ଼ି ଧରନ୍ତି
"ହେ ରାତି ପାହିଲାଣି
ବୋଉ ଡାକୁଛନ୍ତି"
ତଥାପି ମୋର ନିଦ ଭାଙ୍ଗନ୍ତା ନି
ତାକୁ ଟାଣି ଆଣି
ମୋ ଛାତିରେ ଅନେକ
ଅନେକ ଛବି ମୁଁ ଆଙ୍କନ୍ତି ।
ତେବେ ମୁଁ ବେଶ୍
ଆଶ୍ବସି ହୁଅନ୍ତି ।