ଆଖିର ଝଲକ
ଆଖିର ଝଲକ
ମାଆ ଆଖିରେ ମମତା ଦିଶଇ
ଭଉଣୀ ଆଖିରେ ସ୍ନେହ
ଗରିବ ଆଖିରେ ଆଶାର କିରଣ
ଦରଦି ଆଖିରେ ଲୁହ।
ବାପାଙ୍କ ଆଖିରେ କର୍ତ୍ତବ୍ୟର ଭାର
ଭାଇ ଆଖିରେ ଦାୟିତ୍ଵ
ସାଧୁର ଆଖିରେ ଦୟାର ଭାବନା
କି ବୁଝେ ତାର ମହତ।
ମିତ୍ରର ଆଖିରେ ସହଯୋଗ ହାତ
ଶତ୍ରୁର ଆଖିରେ ଈର୍ଷା
ଧନୀର ଆଖିରେ ଧନର ଲାଳସା
ଅହଂକାର ହୁଏ ବର୍ଷା।
ଗୁରୁଙ୍କ ଆଖିରେ ଆଦର ଝଲସେ
ଶିଷ୍ୟଙ୍କ ଆଖିରେ ହସ
ରୋଗୀର ଆଖିରେ ଯନ୍ତ୍ରଣାର କଷ୍ଟ
ଜୀବନଟା ଲାଗେ ବିଷ।
*ସାଗର ପ୍ରଧାନ ଗଞ୍ଜାମ*