ଆଖି ବୁଝିଗଲେ ମନବୁଝେନା
ଆଖି ବୁଝିଗଲେ ମନବୁଝେନା


ନୀଳନଇରେ ନୀଳକଇଁ
ଧାନଉଁସା ହାଣ୍ଡିପରି ମୁହଁ କାହାପାଇଁ
ନୀଳଜହ୍ନ ସରି ସାରା ଆକାଶରେ କେହି ନାହିଁ
ବୋଲି ଥରେ ଅଧେ ଦିଏ ଚାହିଁ
ପ୍ରେମ ଏତିକିରେ ଗଲା ହୋଇ
କେମିତି ବୁଝିଲୁ ନାହିଁ ନୀଳକଇଁ
ଇନ୍ଦ୍ରଧନୁ ସାତରଙ୍ଗ ନେଇ
ତାରା ସବୁ ସଜେଇ ହୋଇ
ନୀଳଜହ୍ନ ପାଖେ ରହିଛନ୍ତି ଛାଇ ହୋଇ
ପାଦରେ ଚାନ୍ଦି ପାଉଁଜି ବାଜେ ଛମ ଛମ ହୋଇ
କେମିତି ଭାବିଲୁ ମହଲ ଭିତରୁ ନୀଳକଇଁ ପାଇଁ
ଚାନ୍ଦ ଦିନରାତି ଝୁରୁଥାଇ ବୋଧେ ରହିରହି
ନିଷ୍କପଟ ପ୍ରେମ ଅକପଟ ହ
ୃଦୟେ ଥୋଇ
ନୀଳକଇଁ ଆଉ ମାଗନା ମାଗନା ନୀଳଛାଇ
ରାତି ଆସିଲାଣି ନଇଁ
ଆକାଶ ନାଇଟ ଶୋ ରେ ଜହ୍ନ ଛାତିରେ
କେତେ କିଏ ଦସ୍ତଖତ ଲେଖି ଦେଇ
ଶୀତର ଗୀତ ଗାଇ ଗାଇ
ଯିବେଣି ଘୁମେଇ ଅବା ଶୋଇ
ତୁ ଏଠି ତୁଳସୀ ମୂଳରେ ଉଜାଗରେ
ମରୁ କାହାପାଇଁ ଟିକେ ଶୁଅ ଯାଇ
ଯାହାକୁ ଭାବୁଛୁ ଚନ୍ଦ୍ରସେଣା ସେ ତୋ ନିଜ ଛାଇ
ନିଜ ପାଖେ ପାଖେ ଯିଏ ଥାଇ
ନିଜ ଭିତରେ ନିଜକୁ ଦେଖିନେ ନୀଳକଇଁ
ଜାଣିଯିବୁ ସତ୍ୟ କି ଅନିତ୍ୟ ଅବା ଶତ ପ୍ରତିଶତ
ଅଛି କିଏ ଏଠି ତୋ ପାଇଁ