Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

KRUTIBAS NAYAK

Romance Inspirational Others

3  

KRUTIBAS NAYAK

Romance Inspirational Others

ଆକାଶେ ଥିଲା ଜହ୍ନ ଆଉ ତଡ଼ାଗେ ଥିଲା

ଆକାଶେ ଥିଲା ଜହ୍ନ ଆଉ ତଡ଼ାଗେ ଥିଲା

1 min
360


ଶବ୍ଦରୁ ସୃଜନ-4 : ଜହ୍ନର ଠିକଣା


ଗୀତି-କବିତା -  


ଆକାଶେ ଥିଲା ଜହ୍ନ ଆଉ ତଡ଼ାଗେ ଥିଲା କଇଁ,  

ଦୁହେଁ ଦୁହିଙ୍କୁ ପାଇବା ପାଇଁ ଥିଲେ ବିକଳ ହୋଇ |(ଘୋଷା)


ଫୁଲ ଯାଚିଲା ମଧୁ ରୂପ-ରଙ୍ଗ ସଜେଇ,

ଅଳି ଡାକିଲା ବନ୍ଧୁ ସେ ମଧୁ ପିଇପିଇ |

ଜହ୍ନ କି' କଇଁ ଫୁଲ କି' ଅଳି କାହାର ଦୋଷ ନାହିଁ |

ଆକାଶେ ଥିଲା ଜହ୍ନ ଆଉ ତଡ଼ାଗେ ଥିଲା କଇଁ,

ଦୁହେଁ ଦୁହିଙ୍କୁ ପାଇବା ପାଇଁ ଥିଲେ ବିକଳ ହୋଇ | (1)


ତଟିନୀ ଗଲା ଧାଇଁ ବଣ ପାହାଡ଼ ଡେଇଁ,

ଦୁନିଆ ଗଲା ଭୁଲି ସାଗର କୋଳ ପାଇ |

କେଉଁ ଯୁଗରୁ ଖୋଜୁଥିଲା ସେ ଠିକଣା ଗଲା ପାଇ |

ଆକାଶେ ଥିଲା ଜହ୍ନ ଆଉ ତଡ଼ାଗେ ଥିଲା କଇଁ, 

ଆକାଶେ ଥିଲା ଜହ୍ନ ଆଉ ତଡ଼ାଗେ ଥିଲା କଇଁ,

ଦୁହେଁ ଦୁହିଙ୍କୁ ପାଇବା ପାଇଁ ଥିଲେ ବିକଳ ହୋଇ | (2)



Rate this content
Log in

Similar oriya poem from Romance