STORYMIRROR

Bharatabandhu Biswal

Others

4  

Bharatabandhu Biswal

Others

ଆକାଶ

ଆକାଶ

1 min
287


ସ୍ୱଚ୍ଛ ସୁନ୍ଦର ହେ ନୀଳ ଅମ୍ବର

ମହତ ମନ ଆକାଶ

କଳ୍ପନା ଅତୀତ ବ୍ୟାପକ ଅନନ୍ତ

ବିକାଶ ଗୁଣ ପ୍ରକାଶ ।

ବିବେକ ସୂରୁଜ କିରଣ ଦ୍ୟୋତକ

ଶକତିର ମୂଳ ଉତ୍ସ

ହେଉ ପ୍ରଜ୍ଜଳିତ ଜାଗ୍ରତ ସତତ

ଉନ୍ମକ୍ତୁ ସତ୍ୟ ସୁପଥ ।

ରୂପ ରସ ଗନ୍ଧ ସଞ୍ଚରୁ ସୁଗନ୍ଧେ

ମୁକ୍ତେ ପ୍ରବହୁ ପବନ

ସ୍ୱଚ୍ଛନ୍ଦ ସ୍ୱସ୍ତିକେ ହେଉ ଚଳମାନ

ଜୀବନ କରମ ଧର୍ମ ।

ସବୁଜ ସୁନ୍ଦରେ ହେଉ ପରିପୂର୍ଣ୍ଣ

ଧରଣୀ ଚଳଚଞ୍ଚଳା

ଶସ୍ୟ ଫଳ ପୁଷ୍ପ ଶ୍ରୀ ସମ୍ପଦେ ପୂରୁ

ସଭିଙ୍କର ମନୋବାଞ୍ଛା ।

ପ୍ରକୃତିର ବିଶ୍ଵ ମହାଶୂନ୍ୟ ରୂପ

ସମାବେଶ ସମଗ୍ରତା

ବିରାଜୁ ସୁହୃଦେ ଭାବ ସ୍ୱକୁଟୁମ୍ବ

ଶାନ୍ତି ମୈତ୍ରୀ ସୁବନ୍ଧୁତା ।

ଏ ବସୁଧା ମାତା ସୁଖର ଆଧାର

ବୈକୁଣ୍ଠ ଗୋଲୋକ ପୁର

ଝରିପଡୁ ଦେବ ମଙ୍ଗଳ ଆଶୀଷ

ଲଭୁ ଲଗ୍ନ ସୁ ସଂସ୍କାର ।


Rate this content
Log in