Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trushna Das

Abstract Fantasy Others

4.0  

Trushna Das

Abstract Fantasy Others

ଆକାଶ ବୁକୁରେ

ଆକାଶ ବୁକୁରେ

1 min
216


ଆକାଶ ବୁକୁରେ 

   ଯେତେବେଳେ ସୂର୍ଯ୍ୟ ଉଦୟ ହୁଏ 

ତାର ପ୍ରଥମ କିରଣରେ ଲାଗେ 

   ଧରିତ୍ରୀ ମାଆ ସୁଶୋଭିତ ହୋଇଛି ସ୍ୱର୍ଣ୍ଣରେ । 


ଆକାଶ ବୁକୁରେ 

   ମେଘ ନୃତ୍ୟ କରେ

ସୂର୍ଯ୍ୟ ଓ ବାଦଲର ସେ ଲୁଚକାଳି ଖେଳରେ 

   ଲାଗଇ ଐଶ୍ଵର୍ଯ୍ୟ ରୂପ ଆକାଶ ଧାରଣ କରିଛିରେ ।


ଆକାଶ ବୁକୁରେ

   ଆକାଶ ସଜେଇ ବାଦଲର ବିଭିନ୍ନ ଆକୃତିରେ

ଯେମିତି ସବୁ କିଛି ଅଛି ଆକାଶରେ 

   ସୃଷ୍ଟି ଆଙ୍କୁଛି ଚିତ୍ର ତା ଚିତ୍ରପଟରେ । 


ଆକାଶ ବୁକୁରେ

   ଇନ୍ଦ୍ରଧନୁ ଯେତେବେଳେ ଅଙ୍କିତ ହୁଏ 

ସୃଷ୍ଟିର ସୌନ୍ଦର୍ଯ୍ୟ ଦେଖିବାକୁ ମିଳେ 

   ଯେମିତି ଆକାଶ ସଜେଇ ହୋଇଛି ସାତ ରଙ୍ଗରେ ।


ଆକାଶ ବୁକୁରେ 

   ଯେତେବେଳେ ସୂର୍ଯ୍ୟ ଅସ୍ତ ହୁଏ

ଆକାଶ ରଙ୍ଗୀନ ହୁଏ ନାରଙ୍ଗୀ ରଙ୍ଗରେ 

   କି ସୁନ୍ଦର ଦିଶେ ସିଏରେ !


ଆକାଶ ବୁକୁରେ 

   ସୁର୍ଯ୍ୟାସ୍ତରେ ବିହଙ୍ଗମାନେ ଫେରନ୍ତି ଯେତେବେଳେ 

ବାର୍ତ୍ତା ଦିଅନ୍ତି ସେତେବେଳେ ସେମାନେ 

   ଘରକୁ ଫେରି ଯାଅ ସନ୍ଧ୍ୟା ଆସିଲାଣିରେ।


ଆକାଶ ବୁକୁରେ 

   ଯେତେବେଳେ ସୂର୍ଯ୍ୟ ଓ ଜହ୍ନର ମିଳନ ହୁଏ 

ସେ ସମୟର ଅପୂର୍ବ ଦୃଶ୍ୟରେ

   ମନରେ କବିତାମାନ ନାଚି ଉଠେରେ ।


ଆକାଶ ବୁକୁରେ 

   ଜହ୍ନ, ତାରା ଉଇଁଲେ

ଲାଗଇ ଆକାଶ ରଙ୍ଗିତ ହୋଇଛି ନୀଳ ରଙ୍ଗରେ 

   ଫୁଟିଛନ୍ତି ତାରା ମୁକ୍ତାର ମାଳ ପରିରେ । 


ଆକାଶ ବୁକୁରେ

   ଜହ୍ନ, ତାରାମାନଙ୍କ ସମାହାରରେ 

ଜୀବନ ପାଇ ଶୀତଳତା, ମନ ମୁଗ୍ଧ ହୁଏ ରେ 

   ଉଡିଯାଏ ମନ ପକ୍ଷୀ ସେଇ ନୀଳ ଆକାଶରେ।।


Rate this content
Log in

Similar oriya poem from Abstract