Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Kamalini Panigrahi

Tragedy Others

3  

Kamalini Panigrahi

Tragedy Others

ଆଜିର ନାରୀ

ଆଜିର ନାରୀ

1 min
135



ଆଜିର ନାରୀ ନୁହେଁ କାହାରି 

ଭୁଲିଲା ଲାଜସରମ

ସଂସ୍କାର,ସଂସ୍କୃତି ପଛରେ ପକାଇ

କରେତ ଘୃଣ୍ୟ କରମ।।

ହିନ୍ଦୁ ସଂସ୍କୃତିକୁ ଭୁଲିଗଲା ସିଏ 

ବିଦେଶିନୀ ହେବା ପାଇଁ

ପାଶ୍ଚାତ୍ୟଭାଷା ଓ ପୋଷାକ ପିନ୍ଧିଲା

ସଂସ୍କୃତିକୁ ଭୁଲିଯାଇ।।

ସ୍ବାମୀକୁ ରଖିଲା ପାଦତଳେ ତାର

ପୋଷା କୁକୁର ଯେଭଳି

ଶାଶୁ,ଶଶୁରତ..ତା କିଣା ଚାକର

କାମ ନୀତି ଭଳି ଭଳି।।

ପୂଜା ପାର୍ବଣରେ ଡାଇନିଂ ପରେ

ମାଂସ କରେ ଯେ ଭକ୍ଷଣ

ତାର ହିସାବରେ ଚାଲେ ପରିବାର

ସର୍ବେ ତାର ଭୃତ୍ୟ ଜାଣ।।

ପାର୍ଟିକୁ ଯାଏ ସେ ଅର୍ଦ୍ଧନଗ୍ନ ବେଶେ

ବଏଫ୍ରେଣ୍ଡ ସାଥେ ମିଶି 

ମଦପିଇ ପେଟେ ଘରକୁ ଫେରଇ

ଅନ୍ୟର ଗାଡ଼ିରେ ବସି।।

ନିଜ ସଂସ୍କାରକୁ ଶିଖାଏ ପିଲାଙ୍କୁ

ଷ୍ଟାଟସ୍ ମେଣ୍ଟେନ୍ ପାଇଁ

ଝିଅକୁ ସଜାଏ ଅର୍ଦ୍ଧନଗ୍ନ ବେଶେ

ଅନ୍ୟ ଆକର୍ଷଣ ପାଇଁ।।

ତା ପାଇଁ ବିଚରା ସରଳ ନିରୀହ 

କଳି ପଡନ୍ତି ଯେ ବଳି

ଧର୍ଷଣ ହତ୍ୟାର ଶିକାର ହୁଅନ୍ତି

କରିହେବ ନାହିଁ କଳି।।

ଏମିତି ନାରୀଯେ ସମାଜ କଳଙ୍କ

ଦୂରରୁ ଯେ ନମସ୍କାର

ଏବେବି ଅଛନ୍ତି ଉତ୍ତମ ନାରୀଯେ

ଏହି ସମାଜରେ ମୋର।।


Rate this content
Log in