Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Balaram Sethi

Abstract

3  

Balaram Sethi

Abstract

ଆଜି ପରା ନବରାତ୍ର

ଆଜି ପରା ନବରାତ୍ର

1 min
133


ଆଜି ମାଆଙ୍କର ନବରାତ୍ର ପୂଜା

   ଏ ଧରା ଉତ୍ସବ ମୟ

   ନବୀନ ପୁଲକେ ଜାଗି ଉଠେ ଆଜି

   ସମସ୍ତ ଭକ୍ତ ହୃଦୟ ।


   ଶରତରେ ମାଆ ଆସିଛନ୍ତି ମର୍ତ୍ତ୍ୟେ

   ମହା ଗୌରୀ ରୂପ ନେଇ

   ଝରି ଝରି ପଡେ ଅମୃତ ଝରଣା

   ସବୁ ପାପ ଯିବ ଧୋଇ ।


   ଶୀତଳ ସମୀର  ବହେ ମନ୍ଦ ମନ୍ଦ

   ସାଥେ ଧୂପ ଝୁଣା ବୋଳି

   ତବ କମ ରୂପ  ଦେଖିବେ ଭକତ

   ହୃଦୟ  ଯିବ  ଉଛୁଳି ।


   ଜାଳନ୍ତି ଦୀପାଳୀ ତବ ଆରାଧନେ

   ଢାଳି ଦ୍ୟନ୍ତି ପୁଷ୍ପାଞ୍ଜଳି

   ଘଣ୍ଟ ଘଣ୍ଟା ଖୋଳ ତାଳେ ପ୍ରକମ୍ପିତ

   ଶୁଭ ଶଙ୍ଖ ହୁଳ ହୁଳି ।


   ଗର୍ବ ଅହଙ୍କାର  ନାଶ କରାଇବେ

   କୁପଥ ବର୍ଜନ କଲେ

   ଦୃଷ୍ଟଙ୍କୁ ନାଶିବେ ସନ୍ଥଙ୍କୁ ପାଳିବେ

   ସୂପଥରେ ଚାଲୁଥିଲେ ।


   ନବରାତ୍ରେ ମାଆ  ନବରୂପ ଧରି

   ମଣ୍ଡପେ ପାଆନ୍ତି ପୂଜା

   ତ୍ରିଶୂଳ ଧାରଣୀ  ମହିଷା ମର୍ଦ୍ଧନୀ

   ଜନନୀ ' ମା 'ଚତୁର୍ଭୁଜା ।


   କରିବା ଦର୍ଶନ ମହା ଗୌରୀ ବେଶ

   ଜଗତ  ଜନନୀ  ମାଆ

   ତାଙ୍କରି ଆଶିଷେ  ଲଭିବା ଆୟୁଷ

   ଦେବୀ ନିଶ୍ଚେ ହେବେ ସାହା ।


   କ୍ଷମା ମୟୀ ମାଆ କର ଦୋଷ କ୍ଷମା

   ଅନ୍ତରେ କରେ ପ୍ରଣାମ

   ସେଥି ପାଇଁ ତୋର ଚରଣ ସ୍ପର୍ଶୁଛି

   ମୋ ଦୋଷ କର ଖଣ୍ଡନ ।


Rate this content
Log in

Similar oriya poem from Abstract