ଆହେ ଚକାଆଖି(ରାଗ. ଚୋଖି)କବି କୁସୁ
ଆହେ ଚକାଆଖି(ରାଗ. ଚୋଖି)କବି କୁସୁ


କି ସୁନ୍ଦର ଚକା ଆଖି, ଦେଖି ମନ ଯାଏ ଲାଖି
ଅପଲକେ ଥାଉ ଦେଖି,ଭକତଜନ,
ଭକ୍ତ ବନ୍ଧୁ ଭାବଗ୍ରାହୀ, ଭାବକୁ ନିକଟ ତୁହି
ଭକତ ଜନଙ୍କ ପାଇଁ,ଭକ୍ତ ରଞ୍ଜନ।
ଭକ୍ତ ବନ୍ଧୁ ଭକ୍ତବତ୍ସଳ,
ଭାବ ବିନୋଦିଆ ହରି, ଭାବରେ ଭୋଳ।
ବସିଛ ବଡଦେଉଳେ,କଳପ ବଟର ମୂଳେ
ପୁଣ୍ୟ ମହୋଦଧି କୂଳେ,ରତ୍ନ ବେଦୀର
ବଡ଼ ପଣ୍ଡା,ବଦନେତ,ବଡ଼ ଦାଣ୍ଡ ବଡ଼ ଯାତ
ବଡ଼ ଭୋଗ ଖିଆ ସେତ,ବଡ଼ ଠାକୁର।
ବଡ଼ ବାହୁ ବଡ଼ ନୟନ,
ଭକ୍ତ ଭାବେ ବନ୍ଧା ଭକ୍ତ ହୃଦ ଚନ୍ଦନ।
ତୁମରି ନାମ ଶ୍ରବଣ, ଅବା କରି ସଂକୀର୍ତ୍ତନ
ତୁମ ନାମ ସୁମରିଣ, ଭକତ ଜନ,
ଲଭିବେ ଗତି ମୁକତି,ପଦସେବା କରି ନିତି
କରୁଛି ବିନତି ଭକ୍ତି କରି ଅର୍ପଣ।
ତୋ ପାଦ ଅର୍ଚ୍ଚନ ବନ୍ଦନ,
ସଖ୍ୟ,ଦାସ୍ୟ ଭାବରେ,ଆତ୍ମ ନିବେଦନ।
ଶ୍ରୀ ନୀଳକନ୍ଦ ରେ ହରି,ଚତୁର୍ଦ୍ଧାମୁରତି ଧରି
ଶ୍ରୀମନ୍ଦିରେ ବିଜେ କରି,ଶିରିକ୍ଷେତର,
ଶ୍ରୀଧର ଶ୍ରୀମତୀପତି,ଶ୍ରୀନିବାସ ଶିରିପତି
ଶ୍ରୀବଛଲାଞ୍ଛନ ଶ୍ୟାମ,ସାରଙ୍ଗ ଧର।
ଶ୍ରୀବାସ ଶ୍ରୀରଙ୍ଗା ଅଧର,
ଶ୍ରୀରଙ୍ଗା ଚରଣେ ରହୁ ମନ ମୋହର।