Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

rasmi maye pati

Classics Others

3  

rasmi maye pati

Classics Others

ଆହା ମୋ ନନ୍ଦ କୋଳେ ଗୋବିନ୍ଦ

ଆହା ମୋ ନନ୍ଦ କୋଳେ ଗୋବିନ୍ଦ

1 min
291



ନୁହେଁ ମୁହିଁ ଯଶୋମତୀ 

      ନୁହେଁ ମୁହିଁ ନନ୍ଦ

  ଲୋଡା ନାହିଁ ସେ ମାତୃତ୍ଵ 

     ହେ କଳା ଗୋବିନ୍ଦ।।।

ନୁହେଁ ମୁହିଁ ଯଶୋଦା କି

  ଦେବକୀ ପାଗେଳୀ

ବାମନ ହୋଇ ଚନ୍ଦ୍ର କୁ

  ବୃଥା ଆଶା କରି।।।।

ପାପ ଯୁକ୍ତ ଏ ଶରୀର 

  କଳଙ୍କିତ ଗର୍ଭ

ଆସିବୁନି ଗୋବିନ୍ଦ ତୁ

  ପାପ ସିକ୍ତ ନର୍କ।।।

ତଥାପି ରେ ନୀଳମଣି 

  ଆଶଙ୍କା ମନରେ

ଅସଜଡା ପୃଥିବୀ ଟା

  ଅଶାନ୍ତି ହୃଦରେ।।।।

ମାଗୁଣି ତୋ ଆଗେ କିଛି

  କରୁଚି କାହ୍ନା ରେ

ଆଶିଷ ରୁ ଦୁଇ ବୁନ୍ଦା

  ଦବୁ କି ଦାନ ରେ।।।।।

ଏ ମନ ରୁ ପ୍ରେମ ର 

  ଜମୁନା ଝରୁ ଥାଉ

ତହିଁ ରେ ତରଙ୍ଗାୟିତ

  ମନ ହେଉ ଥାଉ।।।।

ଉଛୁଳିବ ସୁଖ ଶାନ୍ତି

  ଜମୁନା ଜଳରେ

ଆକଣ୍ଠ ଗ୍ରାସିବି କାହ୍ନା

  ପୁଲକ ହୃଦ ରେ।।।

ପ୍ରୀତି ର କଦମ୍ବ ବନ

  ଦବୁ ଅଗଣା ରେ

ନିତି ଫୁଟିବ କଦମ୍ବ

  ବସନ୍ତ ର ତାଳେ ।।।।।

କରୁଣା ର ବଂଶୀ ସୁର

  ନିତି ଶୁଣାଇବୁ 

ପବିତ୍ର ହେବ ମୋ ତନୁ

  ଗୁହାରି ଶୁଣିବୁ।।।

ରାସ ମୟ ରସ ମୟ

  ମୋ ସଂସାର ହେଉ

ପ୍ରେମ,ଭକ୍ତି ରସାମୃତେ

  ମନ ମଜିଯାଉ।।।

ସୁଖ ଶାନ୍ତି ବଂଶୀ ସୁର 

  କର୍ଣ୍ଣେ ଶୁଣାଇବୁ

ଡେରି ଥିବି କର୍ଣ୍ଣ ସଦା

 ସେ ବଂଶୀ ସୁର କୁ।।।

ପ୍ରେମ ର ବଇଁଶୀ ସୁର

  କରିବୁ ତୁ ପୂର୍ଣ୍ଣ

କୃଷ୍ଣ କୃଷ୍ଣ ତୁଣ୍ଡେ ଧରି 

  ଯାଉ ଏ ଜୀବନ।।


Rate this content
Log in