Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Jayashree Maharana

Others Children

3  

Jayashree Maharana

Others Children

ଆହା କି ମଜା

ଆହା କି ମଜା

1 min
205


ଖରାଦିନ ତାତି ଦେଉଛି ପୀଡା

ଶୀତଳ ପାନୀୟ ହେଲାଣି ଲୋଡ଼ା ।


ଆଖୁ ରସ ଅବା ଲେମ୍ବୁ ସର୍ବତ

ପିଇବାକୁ ମନ ହେଲାଣି ବ୍ୟସ୍ତ ।


ଜେଜେଙ୍କୁ କହୁଛି ତାଙ୍କର ନାତି 

ଦହି ,ଲସି ପିଇ ଲାଗୁଚି ଶାନ୍ତି ।


ପାଚିଲା ଆମ୍ବର ରସ ମଧୁର

ଖାଇବାକୁ ସର୍ବେ ଦେଖ ଆତୁର ।


ଆଇସିକ୍ରିମ ଖାଇବା ପାଇଁ

ଜିଦ୍ଦି କରିଲେଣି ଭଉଣୀ ଭାଇ ।


କାକୁଡି ଓ ତରଭୂଜ ର ସ୍ୱାଦ

ଖରାଦିନ ପାଇଁ ମହା ଔଷଧ ।


ଖୋଜିଲେଣି ଖାଦ୍ୟ ଦହି ପଖାଳ

ସିଝା,ପୋଡା, ଭଜା ବହୁତ ଭଲ ।


ଗଛ ଛାଇ ଖୋଜେ ବାଟୋଇ ଭାଇ

ମୂଳେ ବସି ପଡେ ବିଶ୍ରାମ ପାଇଁ ।


ଖରା ଦିନେ ଥଣ୍ଡା ଜିନିଷ ଖୋଜା

ପାଟିକୁ ଲାଗଇ ଆହା କି ମଜା ।



Rate this content
Log in