ଆଃ... କି ଶୀତ
ଆଃ... କି ଶୀତ
ଏଇ ନୂଆ ନୂଆ ଆସିଥିବା
ସକାଳୁ ସକାଳୁ ଝାପ୍ସା ଝାପ୍ସା ଦିଶୁଥିବା
କୁହୁଡି କିଛି ମନେ ପକେଇ ଦିଏ
ନିଜ ସହ ବହେ ମନକଥା ବି କୁହେ
ସ୍କୁଲ ଯାଉଥିବା ପିଲାଙ୍କ କୋଳାହଳ
ଜରି ଗୋଟାଳି ପିଲାଙ୍କ ଗହଳ ଚହଳ
ମର୍ଣିଂ ୱାକ୍ କରୁଥିବା ଦମ୍ପତି ଯୁଗଳ
ମନ୍ଦିର ଆରତୀର ଘଣ୍ଟ ଓ ହରିବୋଲ
ତା ସହ ଆଖି ସାମ୍ନାକୁ ଆସେ
ମା' କି ସ୍ତ୍ରୀ ହାତର ମମତା ଭରା ଗରମ୍ ଚା
ରାସ୍ତା କଡ଼ରୁ ଲିଭି ଆସୁଥିବା ଟିକେ ଧୁନିଧୁଆଁ
ଖବରକାଗଜ ସହ ଆସିଥିବା ମସଲାମୟ ଦୁନିଆଁ
ଆଉ ଦୂରରେ ରହିଯାଇଥିବା ନିଜ ଛୋଟିଆ ଗାଁ ।