Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Omm Prasad Pradhan

Abstract

3  

Omm Prasad Pradhan

Abstract

ଆଗେଇ ଚାଲ

ଆଗେଇ ଚାଲ

1 min
11.7K


ମୁଁ ଚାଲିଛି 

ଆଉ ଚାଲିବି ମଧ୍ୟ 

ମୋ ନିଜର ଲକ୍ଷ ପାଇଁ 

ମୋ ସ୍ବପ୍ନ ସହ ।


କେବେ ବି ଭାବିନି

ମୁଁ ଥକି ଯାଇଛି ବୋଲି 

କେବେ ଅନୁଭବ କରିନି

ମୁଁ ଅସୁସ୍ଥ ବୋଲି 

ମୁଁ ଚାଲିଛି


ନିଜ ସ୍ବପ୍ନ ର ଔଷଧ ପିଇ

କର୍ମ ର ପ୍ରୋଟିନ ଖାଇ

ମୁଁ ଚାଲିଛି

ଉଡିବାର ସ୍ବପ୍ନ ନେଇ 


ମୁଁ ଉଡିଚାଲିଛି

ଆଉ ଉଡିବି ମଧ୍ୟ

ମୋ ଭାବନା ର ବ୍ୟୋମ ରେ ନୁହେଁ

ଧଳା ମେଘ ଖଣ୍ଡ ରେ ନୁହେଁ 

ମୁଁ ଉଡି ଚାଲିବି 

ମୋ ସ୍ବପ୍ନ ର ସଙ୍ଗୀତ ସହ

ଭାବନା ର ଭାଷାୟନ ସହ 

ଆଉ କର୍ମ ର କଷଣ ସହ 

ସଙ୍ଘର୍ଷ କରି


ମୁଁ ବି ଆଗେଇଚାଲିବି 

ଦାରିଦ୍ୟ କୁ ଦୂର କରି 

ଅସଫଳତା କୁ ପଦାଘାତ୍ କରି 

ସଫଳତା ର ସ୍ବପ୍ନ ନେଇ 

ମୁଁ ଆଗେଇଚାଲିବି

ତତ୍ପରତା ସହ


Rate this content
Log in

Similar oriya poem from Abstract