ଆଗାମୀ ସକାଳର ସୂର୍ଯ୍ୟ
ଆଗାମୀ ସକାଳର ସୂର୍ଯ୍ୟ




ଆମେରେ ଆଗାମୀ
ସକାଳର ସୂଯ୍ଯ
ଡରିବାନି ଆମେ
ବିପଦରେ କେବେ
ରହିଛି ପରାଣେ ଧୈର୍ଯ୍ଯ
ଆମେରେ ସ୍ନେହ ସମ୍ପର୍କର
ଭାଇ ଭଉଣୀ
ଭଉଣୀ ଭାଇ
ଶିଳ୍ପୀ ଆମେରେ
ଗଢିବା ଶିଳ୍ପ
ପଥର ଵୁକୁକୁ ଚିରି
କୃଷକ ଆମେରେ
କରିବୁ ଫସଲ
ମାଟିର ବୁକୁକୁ ଚିରି
ଶିକ୍ଷକ ଆମେରେ
କରିବୁ ସୃଷ୍ଟି
ଡ଼ାକ୍ତର ଇଂଞିନିୟର
ଲେଖକ ଆମେରେ
ଲେଖିବୁ କବିତା
ଲେଖନୀ ମୁନକୁ ଧରି
ଆମେରେ ସୈନିକ
ଜଗିବୁ ସୀମାନ୍ତ
ନାଶିବୁ ଅଇରୀ
ଗୁଳି ଵନ୍ଧୁକ ଧରି
ଆମେ ସଭିଏଁ
ଭଉଣୀ ଭାଇ
ଭାଇ ଭଉଣୀ ।