Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmaya Kumar Nayak

Inspirational

3  

Chinmaya Kumar Nayak

Inspirational

ଆଦର୍ଶ ଜୀବନ

ଆଦର୍ଶ ଜୀବନ

1 min
142


ଚାଲିଛ ଯଦି ଚାଲ 

ଯେଉଁ ପଥ ଆସୁ ମସୃଣ ବନ୍ଧୁର

ବହିଯାଉ ପଛେ ପାଦରୁ ରୁଧିର

ଏକ ଆଦର୍ଶକୁ ଧରି ଚାଲ। 


ଶ୍ରେଷ୍ଠ ଜୀବ ନାମେ ଗଣା 

ସେଥିପାଇଁ ନିଜ ଶ୍ରେଷ୍ଠତ୍ୱ ଦେଖାଅ

ମନୁଷ୍ୟତ୍ୱ ମହାମନ୍ତ୍ର ଗାଇ ଯାଅ

ହୁଅ ନାହିଁ ବାଟବଣା। 


ହୃଦେ ଗଣ୍ଠି କରିନିଅ 

ଗୋଟେ ଆଦର୍ଶକୁ ଫୁଟାଅ ଜୀବନେ

କର୍ମ ଚରିତ୍ରରେ ଦେଖାଅ ପ୍ରମାଣେ

ଉଦାହରଣଟେ ହୁଅ। 


ବାକ୍ୟ ଓ ଆଚରଣରେ 

ସତ୍ୟ ଧର୍ମ ନ୍ୟାୟ ଦୟା କ୍ଷମା ଆଦି

ଆଭୂଷଣ ନିଅ ସଦଗୁଣର ପିନ୍ଧି

ଚମକିବ ଜଗତରେ। 


ଜୀବନ ଅଢେ଼ଇ ଦିନ 

କି ହେବ ଅର୍ଜିଲେ ଈର୍ଷା ଅହଙ୍କାର

କି ହେବ ସଞ୍ଚିଲେ ଧନ ଅଳଙ୍କାର

ନିମିଷକେ ସବୁ ଶୂନ୍ୟ। 


ଓଠରେ ଫୁଟାଅ ହସ 

ପୋଛି ଦିଅ ଲୁହ ସବୁରି ଆଖିରୁ

କରୁଣାର ଧାରା ଅନାୟାସେ ଝରୁ

ପ୍ରତି ପ୍ରାଣରେ ବସୁ ବିଶ୍ୱାସ। 


ଜଣଙ୍କୁ ଆଦର୍ଶ କର 

ସେ ମହାନ ଆତ୍ମାଙ୍କ ଜୀବନ ଶୈଳୀରେ

ପ୍ରେରିତ ହୁଅ ତୁମ ନିଜ ପ୍ରଚେଷ୍ଟାରେ 

ପ୍ରାଣ ଭର ଜୀବନରେ। 



Rate this content
Log in

Similar oriya poem from Inspirational