Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Amit Bal

Tragedy Others

4.0  

Amit Bal

Tragedy Others

ଆଦିମ ଭୋକ

ଆଦିମ ଭୋକ

1 min
178


ପ୍ରାପ୍ତି ଅପ୍ରାପ୍ତିର ହଜାରେ ସମ୍ଭାବନାକୁ ଡେଇଁ

  ମଣିଷ କେତେ କ'ଣ କରି ଯାଏ 

              ଏ ଆଦିମ ଭୋକ ପାଇଁ ,

କେବେ ପେଟ ଭୋକ କେବେ ଦେହ ଭୋକ

  ତାକୁ ନୀତି ଜର୍ଜରିତ କରେ ଅସମୟେ

             ଜିଇଁବାର ବାହାନା ନେଇ ,


ଦୁନିଆର ମାୟାଜାଲରେ ବିକ୍ଷିପ୍ତ ହୁଏ ମନ

ପେଟର ଅଗ୍ନି ନିର୍ବାପିତ କରି

              ଅଥୟ ହୁଏ ଯୈ।ବନ ,

ଇତିଶ୍ରୀ ବେବିନା କୁନ୍ଦୁଲିର ଘଟଣା ଘଟେ

ସବୁ କ'ଣ ପୂର୍ବଜନ୍ମର ପାରବ୍ଧ

           ନା ନାରୀର କପାଳ ଲିଖନ ,


ଯୁଗେ ଯୁଗେ ସମାଜରେ ବିରାଜିତ

     କ୍ଷୁଧାର କ୍ଷୁର ଭୋକ ଶୋଷ ଅନାହାର 

କସ୍ମିନ କିଂଚିତ ଆତିଥ୍ୟ ଆଦର

       ଅନ୍ୟଥା ସଭିଏଁ ନୀରବ ନିର୍ବିକାର ,


ଅୟୂତ ଯୁଗର ଆଦିମ ଭୋକ ଏ

    ସମୟ ଏବଂ ପରିସ୍ଥିତି ଅନୁଯାୟୀ

        ବାରମ୍ବାର ନିଜର ରୂପ ବଦଳାଏ ,

ଯେମିତି ଘାଇଲା ବାଘୁଣୀ ଟାଏ

    ମଣିଷର ରକ୍ତ ଖୋଜେ ନିରନ୍ତର

          ଶୋଷ ତା'ର ନମେଣ୍ଟିବା ଯାଏ ।

       


Rate this content
Log in