Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

ବୀରେନ୍ କୁମାର ବେହେରା

Children Stories Classics Inspirational

3  

ବୀରେନ୍ କୁମାର ବେହେରା

Children Stories Classics Inspirational

ଆଧୁନିକତା ହିଁ ଦାୟୀ

ଆଧୁନିକତା ହିଁ ଦାୟୀ

1 min
447



ଆମ ସଂସ୍କୃତି ଓ ପରମ୍ପରା ଆଜି,

ହୋଇଅଛି ଦିଗହରା ।

ସବୁରି ମୂଳରେ ଆଧୁନିକତା,

ହଜିଲାଣି ପରମ୍ପରା ।।

ଆଧୁନିକତାରେ ଏ ଯୁବ ସମାଜ,

ଭୁଲିଛି ସରମ,ଲାଜ ।

ପାଶ୍ଚାତ୍ୟ ଢଙ୍ଗରେ ପିନ୍ଧୁଛି ପୋଷାକ,

ଆଉ ପୁଣି ସଜବାଜ ।।

ମୋବାଇଲ୍ ଆଜି ସଭିଙ୍କର ପ୍ରିୟ,

ପ୍ରିୟ ଜନ ହେଲେ ଦୂର ।

ସାଙ୍ଗ ସାଥି ପାଇଁ ସମୟ ଅଭାବ,

ମୋବାଇଲ୍ ଯେ ନିଜର ।।

ନାରୀ ଆଜି ଆଉ ପିନ୍ଧୁନାହିଁ ଶାଢୀ,

ଏ ଆଧୁନିକତା ପାଇଁ ।

ଶାଢୀର ସ୍ଥାନଟା ନେଇଛି ନାଇଟି,

ପଣତ ହଜିଲା ତହିଁ ।।

ସମୟ ଆସିବ ମା'ର ପଣତ,

ହୋଇବ ସାତ ସପନ ।

ଜୀବନଶୈଳୀକୁ କରିଯିବ ଗ୍ରାସ,

ଆଧୁନିକତା ଜୀବନ ।।

ସମାଜରୁ ହଜିଲାଣି ପିଠାପଣା,

ହଜିଲା ପର୍ବପର୍ବାଣୀ ।

ସ୍ନେହ ପ୍ରେମ ପୋଛି ଏ ନିଃସଙ୍ଗତାକୁ,

ଦେଲା ଆମ ହାତେ ଆଣି ।।

ଆମ ସଂସ୍କୃତି ଓ ପରମ୍ପରା ଆଜି,

ଦେଖାଯାଉନାହିଁ କାହିଁ ?

ଏମିତି ସମୟ ପହଞ୍ଚିବା ପାଇଁ,

ଆଧୁନିକତା ହିଁ ଦାୟୀ ।।



Rate this content
Log in