Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Fantasy Others

4  

Binodini Dash

Fantasy Others

ଆ' ରେ ମୌସୁମୀ ବରଷା ଧରି

ଆ' ରେ ମୌସୁମୀ ବରଷା ଧରି

1 min
6



ମାଟିରୁ ଆକାଶ ହେଲେଣି ହତାଶ

ତୋଳି ଆଶା ଅସୁମାରି

ନକରି ଉଛୁର ଆ' ରେ ମୌସୁମୀ 

ବରଷାରାଣୀକୁ ଧରି

ନାଚିନାଚି ଢଳିଢଳି

ରିମଝିମ୍ ଛନ୍ଦ ଅପାର ଆନନ୍ଦ

ଦେଉ ସର୍ବ ମୁଖେ ବୋଳି ।


ସନ୍ତାପିତ ମହୀ ପ୍ରଫୁଲ୍ଲିତ ହୋଇ

ତୋ ପ୍ରେମକୁ ଅନୁଭବି

ସ୍ନିଗ୍ଧ ଶୀତଳ ଛୁଆଁରେ ସକଳ

ଜୀବଜଗତ ପଲ୍ଲବୀ

ଲିଭାଇ ମନରୁ ତାତି 

ନବ ଉନ୍ମାଦନା ନବ ପୁରକରେ

ହରଷେ ଉଠନ୍ତୁ ମାତି ।


ତୋ ବିନା ଏ ଧରା ନ ଦିଶଇ ତୋରା

ଲାଗେ ସବୁ ହତଶିରୀ

କାହିଁକି ରୁଷିଛୁ ମୁହଁ ଲୁଚାଇଛୁ

ଚାହୁଁ ନାହୁଁ ଟିକେ ଫେରି

ଅଜ୍ଞ ମାନବ ତୋ ଅରି

ଅନ୍ୟମାନେ କିଆଁ ହେବେ ଦହଗଞ୍ଜ

ଫେରି ଆ' ବିଚାର କରି ।


ଧରା ସହ ତୋର ଅଭେଦ ସମ୍ପର୍କ

ଏକଥା କି ଗଲୁ ଭୁଲି

ଅଭିମାନ ତ୍ୟାଗୀ ହୋଇ ଅନୁରାଗୀ

ବେଗେବେଗେ ଆସ ଚାଲି

ମିଳନ ଦୋଳିରେ ଝୁଲି

ହୋଇ ଏକାକାର ସର୍ବ ପ୍ରାଣ ସ୍ଥିର

କରି ଦେ' ରାଣ ମୁଁ ଦେଲି ।।


Rate this content
Log in

Similar oriya poem from Fantasy