Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjan kumar Mohanty

Others

3  

Ranjan kumar Mohanty

Others

8.ଲଣ୍ଠନ

8.ଲଣ୍ଠନ

1 min
265


ଅତୀତର ସେହି ସାଉଁଟା ସ୍ମୃତି ତୁ 

ଥିଲୁ ତୁହି ପଢା ସାଥି 

ଅନ୍ଧାର ଆସିଲେ ପୋଛିଣ ଯତନେ 

ଲାଗନ୍ତି ତୋହରି ବତୀ 

ନିଜ ନିଜ କର୍ମେ ମାତି 

ଗାଁ ମାଟିର ତୁ ପରିଚିତ ଶବ୍ଦ 

ଯେବେ ଆସିଯାଏ ରାତି 


ଜୀବନ ଲଣ୍ଠନ କର୍ମ କିରୋସିନ 

ଜଳୁଥାଏ ଦପଦପ

ପୁଣ୍ୟ ସଳିତାର ଦିବ୍ୟ ଆଲୋକରେ 

ଘୁଞ୍ଚିଯାଏ ସବୁ ପାପ 

ସାଜିଣ ଜ୍ୟୋତିର ରୂପ 

ଅନ୍ଧାର ବିନାଶି ନାଶେ କାଳ ନିଶି 

କୋଟି ଜନମର ତପ


Rate this content
Log in